Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରିବା ଦର ବୃଦ୍ଧି ଆଜି ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି, ପିଆଜ ଦର ଏକାଥରକେ ୨୦ ଟଙ୍କା ବୃଦ୍ଧି ପାଇଛି

by ସଞ୍ଜୟ ସ୍ୱାଇଁ
October 7, 2021
in State
ପରିବା ଦର ବୃଦ୍ଧି ଆଜି ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି, ପିଆଜ ଦର ଏକାଥରକେ ୨୦ ଟଙ୍କା ବୃଦ୍ଧି ପାଇଛି
227
VIEWS
Share on FacebookShare on Twitter

କନକ ବ୍ୟୁରୋ, (ବାଘୁଆବାର୍ତ୍ତା): ରାଜଧାନୀରେ ପିଆଜ ଦର ଏକାଥରକେ ୨୦ ଟଙ୍କା ବୃଦ୍ଧି ପାଇଛି। ଦୁଇ ଦିନ ପୂର୍ବେ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ରାଜଧାନୀର ବହୁ ବଜାର ତଥା ହାଟରେ ୫୦ ଟଙ୍କାରେ ବିକ୍ରି ହୋଇଛି । ଅଚାନକ ଭାବେ ଏଭଳି ଦର ବୃଦ୍ଧି ଆଜି ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି । ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ହଠାତ୍ ପିଆଜ ବଜାରରେ ଲାଗିଥିବା ନିଆଁ ଗରିବ ଖାଉଟିଙ୍କ ଉପରେ ନିର୍ଘାତ ପ୍ରହାର କରିଛି । ମହାରାଷ୍ଟ୍ର, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା କାରଣରୁ ପିଆଜ ଦର ବଢ଼ିଛି ବୋଲି ବ୍ୟବସାୟୀ ମହଲରୁ ସଫେଇ ଦିଆଯାଉଥିଲେ ହେଁ ଏହା ପଛରେ ବଡ଼ବଡ଼ ପାଇକାରୀ ବେପାରୀଙ୍କ ଲାଭଖୋର୍‌ ମନବୃତ୍ତି ହିଁ ଦାୟୀ ବୋଲି ଜଣାପଡ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ କଟକଣା କୋହଳ ହେବା ମଉକାର ଉପୋଯୋଗ କରି ବଡ଼ବଡ଼ ପାଇକାରୀ ବେପାରୀମାନେ ଖାଉଟିଙ୍କୁ ଶୋଷଣ କରିବା ଆରମ୍ଭ କରିଛନ୍ତି ବୋଲି ବଜାର ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି । ମହଙ୍ଗା ମାଡ:- ପିଆଜ:୫୦ (କିଲୋ ପ୍ରତି), ଟମାଟୋ:୬୦ ( କିଲୋ ପ୍ରତି), ଭେଣ୍ଡି-୬୦(କିଲୋପ୍ରତି), ବିନ୍ସ-୧୨୦ (କିଲୋପ୍ରତି), ଝୁଡଙ୍ଗ-୮୦(କିଲୋପ୍ରତି), ବାଇଗଣ-୫୦ରୁ ୬୦ ଟଙ୍କା, ପୋଟଳ-୮୦(କିଲୋପ୍ରତି), ପେଟ୍ରୋଲ-୧୦୮ ଟଙ୍କା (ଲିଟର ପ୍ରତି), ଡିଜେଲ-୧୦୦ ଟଙ୍କା(ଲିଟର ପ୍ରତି), ଗ୍ୟାସ-୯୨୬ ( ସିଲିଣ୍ଡର ପ୍ରତି) । ଏବେ ପିଆଜର ପାଇକାରୀ ଦର ୩୫ ଟଙ୍କାରୁ ୩୭ ଟଙ୍କା ରହିଛି। ତେଣୁ ଖୁଚୁରା ବଜାର ମୂଲ୍ୟ କିଲୋ ପିଛା ଅତିବେଶିରେ ୪୨ ଟଙ୍କା ହେବା କଥା। ରାଜଧାନୀର କିଛି ହାଟରେ ମଧ୍ୟ ଏହି ଦର ରହିଛି। ୧ ନମ୍ବର ହାଟରେ ପିଆଜ ୪୨ରୁ ୪୫ ଟଙ୍କାରେ ବିକ୍ରି ହେଉଛି। ତେବେ ରାଜଧାନୀ ଉପକଣ୍ଠ ଓ ଗଳିକନ୍ଦି ବଜାରରେ ଆଜି ପିଆଜ କିଲୋ ୫୦ ଟଙ୍କା ହୋଇଯାଇଛି । ଡମଣା ହାଟ, ଭିଏସ୍‌ଏସ୍‌ନଗର ହାଟ ଭଳି ବହୁ ସ୍ଥାନରେ ମଧ୍ୟ ପିଆଜ ଦର ୫୦ ଟଙ୍କା ହୋଇଥିବା ଜଣାପଡ଼ିଛି। କୁବେରପୁରୀର କିଛି ବ୍ୟବସାୟୀଙ୍କ ସୂଚନାନୁସାରେ ଗତ ପ୍ରାୟ ସପ୍ତାହେ ହେଲା କ୍ରମାଗତ ଭାବେ ପିଆଜ ଦର ବଢ଼ୁଛି। ସପ୍ତାହକ ପୂର୍ବରୁ ପାଇକାରୀ ବଜାରରେ ପିଆଜ ଦର କ୍ବିଣ୍ଟାଲ ପିଛା ୨ ହଜାରରୁ ଅଢ଼େଇ ହଜାର ଟଙ୍କା ଥିଲା । ତେଣୁ ଖୁଚୁରା ବଜାରରେ କିଲୋ ପିଛା ୨୫ ଟଙ୍କାରୁ ୩୦ ଟଙ୍କା‌ରେ ପିଆଜ ମିଳୁଥିଲା। ମାତ୍ର ଗତ ସପ୍ତାହରେ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା କାରଣରୁ ପିଆଜ ବଜାର ପ୍ରଭାବିତ ହେଲା । ଫଳରେ ଧୀରେଧୀରେ ଦର ବଢ଼ି ଚାଲିଲା । ଦୁଇ ଦିନ ପୂର୍ବେ ବି ପାଇକାରୀ ଦର ୨୭ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ ପିଆଜ ୩୦/୩୨ ଟଙ୍କାରେ ମିଳୁଥିଲା। କିନ୍ତୁ ଗତକାଲି ପାଇକାରୀ ବଜାରରେ ତାତି ସୃଷ୍ଟି ହୋଇଛି । ହଠାତ୍ କ୍ବିଣ୍ଟାଲ ପିଛା ପାଖାପାଖି ୮/୧୦ ଟଙ୍କା ବଢ଼ିଯାଇଛି। ତେଣୁ ପାଇକାରୀ ଦର ୩୭ ଟଙ୍କାରେ ପହଞ୍ଚି ଥିବାରୁ ଖୁଚୁରା ବଜାରରେ ପିଆଜ ଦର ୫୦କୁ ଛୁଇଁଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!