Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟାଙ୍ଗିଆ ଆକ୍ରମଣରେ ମା’ ମୃତ ଓ ପୁଅ ଗୁରୁତର

by ସଞ୍ଜୟ ସ୍ୱାଇଁ
October 7, 2021
in Crime, State
ଟାଙ୍ଗିଆ ଆକ୍ରମଣରେ ମା’ ମୃତ ଓ ପୁଅ ଗୁରୁତର
83
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଗାଡପାଳ ଗ୍ରାମରେ ହତ୍ୟାକାଣ୍ଡ । ଟାଙ୍ଗିଆ ଆକ୍ରମଣରେ ମା’ ମୃତ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗାଡପାଳ ଗ୍ରାମର ବିଧବା ମହିଳା ଦରଥିଆ କୁଲୁ ସ୍ବାମୀ ପ୍ରଫୁଲ୍ଲ କୁଲୁଙ୍କ ମୃତ୍ୟୁ ପରେ ନିଜ ପରିବାର ସହ ଗ୍ରାମରେ ରହୁଥିଲେ। ବୁଧବାର ରାତି ପ୍ରାୟ ୧୧ଟାରେ ଦରଥିଆଙ୍କ ପୁଅ ପ୍ରୀତମକୁ ପଡୋଶୀ ନିନ୍ଦରା ଶବର ଓ ତାଙ୍କ ପୁଅମାନେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଦରଥିଆ ପୁଅକୁ ବଞ୍ଚାଇବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯିବାପରେ ବିବାହିତା ଝିଅ ପ୍ରିୟା, ମା’ ଓ ଭାଇଙ୍କୁ ରକ୍ତାକ୍ତ ଅବସ୍ଥାରେ ଘର ମଧ୍ୟରୁ ନେଇ ନିଜର ସମ୍ପର୍କୀୟଙ୍କୁ ଡାକିଥିଲେ। ପରେ ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମା’ ଦରଥିଆ କୁଲୁଙ୍କୁ ମୃତ ଘୋଷଣା କରିଥିଲେ । ପୁଅ ପ୍ରୀତମ କୁଲୁଙ୍କୁ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ଦୁଇ ପରିବାର ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ କହିବା କଥା ରାତିରେ ତାଙ୍କ ଝିଅ ସହ ପ୍ରୀତମକୁ ପୋଖରୀ କୂଳରେ ଦେଖିବା ପରେ ନିନ୍ଦରା ଏନେଇ ଦରଥିଆଙ୍କୁ ଅଭିଯୋଗ କରିଥିଲେ । ଏନେଇ ଉଭୟ ପରିବାର ମଧ୍ୟରେ ବଚସା ହେବାରୁ ଅଭିଯୁକ୍ତମାନେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଦେବଗଡ ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ନିନ୍ଦରା ଶବର, ତାଙ୍କ ସ୍ତ୍ରୀ ବାସନ୍ତୀ ଶବର ଓ ତାଙ୍କର ୪ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!