Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିରଜା କ୍ଷେତ୍ରରେ ବିନା ଭକ୍ତରେ ଗଡ଼ିଲା ମା’ ବିରଜାଙ୍କ ରଥ

by ସଞ୍ଜୟ ସ୍ୱାଇଁ
October 7, 2021
in State
ବିରଜା କ୍ଷେତ୍ରରେ ବିନା ଭକ୍ତରେ ଗଡ଼ିଲା ମା’ ବିରଜାଙ୍କ ରଥ
47
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ବିରଜା କ୍ଷେତ୍ରରେ ଗଡ଼ିଲା ମା’ ବିରଜାଙ୍କ ରଥ । ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା ପରେ ମା’ଙ୍କ ଚଳନ୍ତି ପ୍ରତିମା ମନ୍ଦିରରୁ ଆସି ସିଂହଧ୍ୱଜ ରଥରେ ବିରାଜମାନ ହେବା ପରେ ବିନା ଭକ୍ତରେ ରଥ ଗଡ଼ିଥିଲା । ଏହି ନବଦିନାତ୍ମକ ରଥଯାତ୍ରା ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ଯାଏଁ ପ୍ରତିଦିନ ଅପରାହ୍ନରେ ଅନୁଷ୍ଠିତ ହେବ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ୨ଟାରୁ ସକାଳ ୫ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି। କେବଳ ସେବାୟତ ଓ ପୋଲିସ କର୍ମଚାରୀ ରଥ ଟାଣିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ପୋଲିସ ପକ୍ଷରୁ ରଥ ଟଣା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୫ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ଯାଜପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି । ଏନେଇ ଯାଜପୁର ଜିଲ୍ଲାପାଳ କହିଛନ୍ତି, ପ୍ରତିଦିନ ଅପରାହ୍ନରୁ ସକାଳୁ ପର୍ୟ୍ୟନ୍ତ କଟକଣା ବଳବତ୍ତର ରହିବ । ସକାଳ ୫ଟାରୁ ୨ଟା ପର୍ୟ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦୂରରୁ ମା’ଙ୍କ ଦର୍ଶନ ଅନୁମତି ମିଳିବ । ଜନସାଧାରଣଙ୍କ ସପୋର୍ଟ ମିଳୁଛୁ। ଏପରି ସପୋର୍ଟ ଜାରି ରହିଲେ କୋଭିଡ କଟକଣା ମଧ୍ୟରେ ମା’ଙ୍କ ରଥଟଣା ସୁରୁଖୁରରେ ଶେଷ ହେବ । ଏନେଇ ଯାଜପୁର ଏସଡିପିଓ ସରୋଜ ଉପାଧ୍ୟୟ କହିଛନ୍ତି ମା’ଙ୍କ ରଥଯାତ୍ରା ସୁରଖୁରରେ ସମ୍ପନ୍ନ କରିବା ଲାଗି ୫ ପ୍ଲାଟୁନ୍‌, ୨୫ ଅଫିସର, ୫୦ ହୋମଗାର୍ଡ ନିୟୋଜିତ ଅଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି। ଶାନ୍ତିଶୃଙ୍ଖଳାର ସହ ମା’ଙ୍କ ନୀତିକାନ୍ତି ସମ୍ପନ୍ନ ହେଉଛି। ସୂଚନାଯୋଗ୍ୟ, କୋଭିଡ କଟକଣା ଲାଗି ମା’ ବିରଜାଙ୍କ ଦର୍ଶନ ଓ ରଥ ଟଣାକୁ ଦୁଇଟି ପର୍ୟ୍ୟାୟରେ ଭାଗ କରାଯାଇଛି। ୬ତାରିଖ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ ମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯାଇଛି । ପ୍ରତ୍ୟେକ ଦିନ ସକାଳରୁ ଅପରାହ୍ନ ୨ଟା ଯାଏ ଶ୍ରଦ୍ଧାଳୁ ରଥକୁ ଦୂରରୁ ଦର୍ଶନ କରିବାକୁ ଅନୁମତି ପାଇଛନ୍ତି। ଏପରିକି ନୀତିକାନ୍ତି ବ୍ୟତୀତ ଅନ୍ୟ ସମୟରେ ସେବାୟତଙ୍କୁ ମଧ୍ୟ ରଥ ନିକଟକୁ ଯିବାକୁ ବାରଣ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!