Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍ ହାତରେ ଧରା ପଡ଼ିଛି ଆଇପିଏଲ ବେଟିଂ ଗ୍ୟାଙ୍ଗ୍, ଦୁଇ ଭାଇ ଗିରଫ

by ସଞ୍ଜୟ ସ୍ୱାଇଁ
October 6, 2021
in Crime, State
ପୁଲିସ୍ ହାତରେ ଧରା ପଡ଼ିଛି ଆଇପିଏଲ ବେଟିଂ ଗ୍ୟାଙ୍ଗ୍, ଦୁଇ ଭାଇ ଗିରଫ
157
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ଗୋଟିଏ ପଟେ ୟୁଏଇରେ ଆଇପିଏଲର ୧୪ଶ ସଂସ୍କରଣ ଜାରି ରହିଥିବା ବେଳେ ଅନ୍ୟ ପଟେ ବିଭିନ୍ନ ସ୍ଥାନରେ ବେଟିଂ ମଧ୍ୟ ଜୋରଦାର ଚାଲିଛି। ବୁଧବାର ଦେବଗଡ଼ ଜିଲ୍ଲାରେ ପୁଲିସ୍ ହାତରେ ଧରା ପଡ଼ିଛି ଆଇପିଏଲ ବେଟିଂ ଗ୍ୟାଙ୍ଗ୍। ପୁଲିସ୍ ବୁକିଙ୍କ ଠାରୁ ୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ସହ ଅନେକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି। ଦେବଗଡ଼ ଥାନା ଅନ୍ତର୍ଗତ ଜାଡାଗୋଳା ଗ୍ରାମରେ ଆଇପିଏଲ ବ୍ୟାଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଗତକାଲି ସେଠାରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଉକ୍ତ ଗ୍ରାମର ବାପୁନ ବେହେରା ଓ ଲିପୁନ ବେହେରା ନାମକ ଦୁଇ ଭାଇଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ମୋବାଇଲ ୪ଟି ସ୍ମାର୍ଟଫୋନ୍, ଗୋଟିଏ ଲାପଟପ, ତିନୋଟି ପେନ୍ ଡ୍ରାଇଭ୍, ତିନୋଟି ଏଟିଏମ୍ କାର୍ଡ, ଆଧାର କାର୍ଡ, ଭୋଟର୍ ଆଇଡି, ପ୍ୟାନ୍ କାର୍ଡ ଜବତ କରିଛି। ସେହିପରି ପୁଲିସ୍ ୧୭ ଗ୍ରାମର ସୁନା ବିସ୍କୁଟ୍ ମଧ୍ୟ ସେମାନଙ୍କ ଠାରୁ ଜବନ କରିଛି। ତଦନ୍ତ ବେଳେ ଏହା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ବୋଲି ଜଣା ପଡ଼ିଛି। ଏହାସହ ଏହି ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ୍ ଜାଣିବାକୁ ପାଇଛି। ପୁଲିସ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସପି ରାଜକିଶୋର ପାଇକରାୟ। ଏସପିଙ୍କ ସହ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଏସପି ପ୍ରଦୀପ କେର୍କେଟା, ସ୍ପେଶାଲ ସ୍କ୍ୱାଡ୍ ଏସଆଇ ବୁଦ୍ଧାରାୟ ମାଝୀ ଓ ପ୍ରତାପ ଦଳେଇ ଉପସ୍ଥିତ ଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!