ଲୋଚାପଡା, (ବାଘୁଆବାର୍ତ୍ତା): ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରେ ଡକାୟତ ଯୋଜନା କରୁଥିବା ବେଳେ ପୁଲିସ୍ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ ଟି ଖଣ୍ଡା, ୨ ଟି ଲୁହାରୋଡ, ୪ ଟି ବୋମା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏମ. ମୋହନ ରାଓ, କୁନା ଗୌଡ, ତାରିଣୀ ଦାସ, ଧ୍ରୁବ ସାହୁ ଓ ଅଜିତ। ଗିରଫ ଏମ୍.ମୋହନ ରାଓଙ୍କ ନାଁରେ ବିଭିନ୍ନ ଥାନାରେ ୩୦ ରୁ ଉର୍ଦ୍ଧ୍ବ ମାମଲା ରହିଛି। ସେହିପରି କୁନା ଗୌଡଙ୍କ ନାଁରେ ୧୨ ଟି ମାମଲା, ତାରିଣୀ ଦାସଙ୍କ ନାଁରେ ୯ ଟି ମାମଲା, ଧ୍ରୁବ ସାହୁ ଓ ଅଜିତଙ୍କ ନାଁରେ ୩ ଟି ଲେଖାଏଁ ମାମଲା ଥିବା ପୁଲିସ୍ ସୂଚନା ଦେଇଛି।






