Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫିଟିଲା ରହସ୍ୟମୟୀଙ୍କ ନୂଆ ରହସ୍ୟ, ପ୍ରକ୍ସି ଆଇପିରେ ପାକିସ୍ତାନରୁ ଚାଲିଥିଲା ପ୍ରେମ ଲୀଳା

by ସଞ୍ଜୟ ସ୍ୱାଇଁ
October 6, 2021
in Crime, State
ଫିଟିଲା ରହସ୍ୟମୟୀଙ୍କ ନୂଆ ରହସ୍ୟ, ପ୍ରକ୍ସି ଆଇପିରେ ପାକିସ୍ତାନରୁ ଚାଲିଥିଲା ପ୍ରେମ ଲୀଳା
158
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫିଟିଲା ରହସ୍ୟମୟୀଙ୍କ ନୂଆ ରହସ୍ୟ। ଚାନ୍ଦିପୁର DRDOର ୫ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ଆଦାୟ କରୁଥିବା ରହସ୍ୟମୟୀ ସମସ୍ତଙ୍କୁ ଦେଉଥିଲେ ଭିନ୍ନ ଭିନ୍ନ ଠିକଣା। କାହାକୁ ବ୍ରିଟେନ ଲିଭରପୁଲରେ ତ’ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲେ। ସେହିପରି କାହାକୁ ଡିଫେନ୍ସ ଷ୍ଟାଫ୍ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲେ। ହେଲେ ସବୁ ମିଛ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୟ ପଣ୍ଡା। ରହସ୍ୟମୟୀଙ୍କ ନୂଆ ରହସ୍ୟ ସମ୍ପର୍କରେ ଖୁଲାସା କରି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ରହସ୍ୟମୟୀଜଣକ ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ । ଏପରିକି ପ୍ରକ୍ସି ଆଇପି ଜରିଆରେ ଫେସ୍‌ବୁକ୍‌ରେ ଚାଟିଂ ଚଲାଇ ପ୍ରେମ ଜାଲରେ DRDO କର୍ମଚାରୀଙ୍କୁ ଫସାଉଥିଲେ। ଏବେ ବି ଯୁବତୀଜଣକଙ୍କର ଏକାଧିକ ଆକାଉଣ୍ଟ ଆକ୍ଟିଭ ଥିବାରୁ ଏବେ ବି ସେ କିଛି ଲୋକଙ୍କ ସହ ଚାଟିଂ କରୁଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ପୃକ୍ତ ରହସ୍ୟମୟୀଙ୍କ ଆଉ ଏକ ସାଂଘାତିକ ରହସ୍ୟ ଭେଦ କରି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, DRDO ଗୁପ୍ତଚରୀ ମାମଲାରେ ମିଳିଲା ପାକିସ୍ତାନ ଲିଙ୍କ୍ । ରହସ୍ୟମୟୀଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ୪ଟିରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ପରିଚାଳିତ ହେଉଥିଲା। ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିଲେ ରହସ୍ୟମୟୀ । ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ । ଏଥିସହ ସେ କହିଛନ୍ତି, ପ୍ରାୟ ଦେଢ ବର୍ଷ ଧରି ଚାନ୍ଦିପୁର DRDO କର୍ମଚାରୀଙ୍କୁ ଏପରି ଭାବେ ନିଜ ପ୍ରେମ ଜାଲରେ ଫସାଇ ସବୁ ତଥ୍ୟ ହାସଲ କରୁଥିଲା ରହସ୍ୟମୟୀ। ଏପରିକି ଲଭ୍‌ ୟୁ କହି ବିବାହ ଅଫର ବି ଦେଉଥିଲା। ହେଲେ କେହି ଯେପରି ଏହାର ଟେର ନ ପାଇବେ ସେଥିନିମନ୍ତେ ପ୍ରକ୍ସି ଆଇପି ଜରିଆରେ ଜାଲ ବିଛାଇ ଫସାଇ ଯାଇଥିଲା ମାୟାବିନୀ। ରହସ୍ୟମୟୀଙ୍କର ଥିବା ୭ଟି ଫେସବୁକ୍ ଆକାଉଣ୍ଟରୁ ଏବେ କିଛି ଆକାଉଣ୍ଟ ଆକ୍ଟିଭ ରହିଥିବା ଜଣାପଡ଼ିଛି । ଆକ୍ଟିଭ ଥିବା ଆକାଉଣ୍ଟରୁ ସେ ଏବେ ବି ଚାଟିଂ ଜାରି ରଖିଛନ୍ତି । କିଛି ଲୋକଙ୍କ ସହ ଚାଟିଂ କରୁଥିବା ନଜରକୁ ଆସିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ, DRDOରୁ ଗିରଫ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ କଥା ହେଉଥିଲେ ରହସ୍ୟମୟୀ। ମିଜାଇଲ ଉପରେ ନିଜର ଆଗ୍ରହ ଥିବା ସମସ୍ତଙ୍କୁ କହୁଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଗିରଫ ୫ ଜଣଙ୍କ ମଧ୍ୟରୁ କାହାକୁ ବି ପରସ୍ପର ସମ୍ପର୍କରେ ଟେର ମିଳି ନ ଥିଲା। ରହସ୍ୟମୟୀ ମହିଳାଜଣକ ଭିଡିଓ କଲ୍, ଫେସବୁକ୍ କଲ୍ ଓ ମେସେଜ୍, ମେସେଞ୍ଜର ଜରିଆରେ କଲ୍ କରୁଥିଲେ। ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ କଥା ହେଉଥିଲେ । ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ବି ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ଦୁବାଇ ଆକାଉଣ୍ଟରୁ ଜଣଙ୍କ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଛି। ହେଲେ ଦୀର୍ଘ ଦେଢ ବର୍ଷ ଧରି କେଉଁ ମାଧ୍ୟମ ଦେଇ ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ସୂଚନାଯୋଗ୍ୟ, ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ। ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରୁ କରୁ ଆଇଟିଆର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ସେ ଆଇଟିଆରରେ ଡ୍ରାଇଭର ଭାବେ କାମ କରୁଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!