Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ ବେକରି ଫ୍ୟାକ୍ଟ୍ରିକୁ ଯାଉଥିବା ୧୦ ପେଟି ପଚା ଅଣ୍ଡାକୁ ଜବତ କରିଛି ସିଏମ୍‌ସି

by ସଞ୍ଜୟ ସ୍ୱାଇଁ
October 6, 2021
in Crime, State
ଏକ ବେକରି ଫ୍ୟାକ୍ଟ୍ରିକୁ  ଯାଉଥିବା ୧୦ ପେଟି ପଚା ଅଣ୍ଡାକୁ ଜବତ କରିଛି ସିଏମ୍‌ସି
127
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମାର୍କେଟରେ ମିଳୁଛି ଭଳିକି ଭଳି ଭେଜ୍‌, ନନଭେଜ୍‌ କେକ୍‌। ଆକର୍ଷଣୀୟ ପ୍ୟାକେଟରେ ଥିବା ଏହି କେକ୍‌ ଦେଖିଲେ ଆପଣଙ୍କର ବି ଇଚ୍ଛା ହେବ ଚାଖିବାକୁ। ହେଲେ ଏବେ ନନଭେଜ କେକ୍‌ ଖାଇବା ଆଗରୁ ଟିକେ ଭାବି ନିଅନ୍ତୁ। କାରଣ ଆପଣଙ୍କ କେକ୍‌ରେ ମିଶିଥାଇପାରେ ପଚା ଅଣ୍ଡା। ଏକ ବେକରି ଫ୍ୟାକ୍ଟ୍ରିକୁ ଯାଉଥିବା ୧୦ ପେଟି ପଚା ଅଣ୍ଡାକୁ ସିଏମ୍‌ସି ଜବତ ପରେ ଏବେ କେକ୍‌ ଖାଇବା ପୂର୍ବରୁ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିବା ସ୍ୱାଭାବିକ । ସୂଚନାଯୋଗ୍ୟ, ଆଜି କଟକ ମହାନଗର ନିଗମ (ସିଏମ୍‌ସି)। ସିଏମ୍‌ସି ଏକ ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ୍ ତିଆରି ପାଇ ଏକ ବେକରି ଫ୍ୟାକ୍ଟ୍ରିକୁ ନିଆଯାଉଥିବା ଜଣାପଡ଼ିଛି। ଯେଉଁ ଗାଡ଼ିରେ ପଚା ଅଣ୍ଡା ନିଆଯାଉଥିଲା ସେହି ଗାଡ଼ିକୁ ସିଏମ୍‌ସି ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି। ଆଜି ସକାଳେ ଆଠଗଡ଼ର ବାଳି ଅଞ୍ଚଳରୁ ଏକ ଅଟୋ ଯୋଗେ ୧୦ ପେଟି ପଚାଅଣ୍ଡା ସାଆନ୍ତ ସାହିରେ ଥିବା ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ କରାଯାଉଥିବା ସିଏମ୍‌ସି ଖବର ପାଇଥିଲା। ଏହି ସମୟରେ ପୂର୍ବରୁ ଜମି ରହିଥିବା ସିଏମସି ଟିମ୍‌ କଟକରେ ଅଣ୍ଡା ଗାଡ଼ିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା। କିଛି ଅଣ୍ଡାରୁ ମଧ୍ୟ କୁକୁଡ଼ା ଛୁଆ ବାହାରିଥିବା ଦେଖିବାକୁ ମିଳିଥିଲା। ଗାଡ଼ିରେ ୧୦ପେଟିରେ ୨୪୦୦ ପଚା ଅଣ୍ଡା ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସିଏମ୍‌ସି ନକଲି ଘିଅ କାରଖାନା ଉପରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଘିଅ ଜବତ କରାଯାଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!