Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅସହ୍ୟ ହେଲା କମେଣ୍ଟ ମରା, ଶୋଇଥିବା ସମୟରେ ମୁହଁକୁ ପଥର ଛେଚି ହତ୍ୟା କରିଥିଲେ

by ସଞ୍ଜୟ ସ୍ୱାଇଁ
October 6, 2021
in Crime, State
ଅସହ୍ୟ ହେଲା କମେଣ୍ଟ ମରା, ଶୋଇଥିବା ସମୟରେ ମୁହଁକୁ ପଥର ଛେଚି ହତ୍ୟା କରିଥିଲେ
124
VIEWS
Share on FacebookShare on Twitter

ପୁରୁଷୋତ୍ତମପୁର, (ବାଘୁଆବାର୍ତ୍ତା): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମର ବହୁ ଚର୍ଚ୍ଚିତ ବିନାୟକ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମ ସାହୁ(୨୩)କୁ ପୁଲିସ ଗିରଫ କରିଛି । ଦୀର୍ଘ ଦିନର ଶତୃତା ଓ ବିନାୟକ ପ୍ରଧାନର କମେଣ୍ଟ ମରା ସହି ହେଲାନି । ଦୀର୍ଘ ଦିନ ଧରି କମେଣ୍ଟ ମାରିବା ଯୋଗୁଁ ସେ କ୍ରୋଧାନ୍ୱିତ ହୋଇଥିଲା । ତେଣୁ ବିନାୟକକୁ ରାସ୍ତାରୁ ସଫା କରି ଦେବାକୁ ବହୁ ଦିନରୁ ସୁଯୋଗ ଅପେକ୍ଷାରେ ଥିଲା ବୋଲି ପଚରାଉଚରା ବେଳେ ଅଭିଯୁକ୍ତ ବିକ୍ରମ ପୁଲିସକୁ କହିଛି । ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଏସ୍‌ପିଡିଓ ସୂର୍ୟ୍ୟମଣି ପ୍ରଧାନ ପ୍ରେସମିଟ୍‌ରେ ଆଜି ଏହି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ଆବେଦନ ନାମଞ୍ଜୁର ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି । ହତ୍ୟା ଘଟଣାର ୧୭ ଦିନରେ ଅଭିଯୁକ୍ତକୁ ଧରିବାରେ ପୁଲିସ ସଫଳ ହୋଇଛି । ଜେରା ସମୟରେ ଅଭିଯୁକ୍ତ ସତ୍ୟ ଓଗାଳିଥିବା ପୁଲିସ କହିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଦିନର ଶତ୍ରୁତାକୁ ଯୋଗୁଁ ପଥରଛେଚି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ବିକ୍ରମ । ଏସ୍‌ଡିପିଓ ସୂଚନା ଦେଇଛନ୍ତି ଯେ ମାମଲାର ତଦନ୍ତ ସରିନାହିଁ । ପରବର୍ତ୍ତୀ ତଦନ୍ତ ସମୟରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି । ଗିରଫ ସମୟରେ ପୁଲିସ ଅଭିଯୁକ୍ତଙ୍କ ଠାରୁ କିଛି ଜବତ କରିନଥିବା ବେଳେ ଘଟଣାସ୍ଥଳରୁ କେବଳ ଦୁଇଟି ପଥର ଜବତ କରିଛି । ଘଟଣାର ସତ୍ୟ ଜାଣିବା ପାଇଁ ପୁଲିସକୁ ଦୀର୍ଘ ଦିନ ଲାଗିଥିଲା । ଘଟଣାର ପରଦିନ ଯେଉଁ ୩ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ସେମାନଙ୍କୁ ଛାଡ଼ି ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟ ଗତ ସେପ୍ଟେମ୍ବର ୧୯ ତାରିଖ ବିଳମ୍ବିତ ରାତିରେ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଚିଙ୍ଗୁଡ଼ିଘାଇ ଗ୍ରାମ ମସଗୁଲ ଥିବା ବେଳେ ପୂର୍ବ ଯୋଜନା ମୁତାବକ ସେହି ଗ୍ରାମର ଠାକୁରାଣୀ ମନ୍ଦିର ପାଶ୍ୱର୍ରେ ବିନାୟକ ପ୍ରଧାନ ଶୋଇଥିବା ସମୟରେ ମୁହଁକୁ ପଥର ଛେଚି ହତ୍ୟା କରିଥିଲେ । ପରଦିନ ଖବରପାଇ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ଗ୍ରାମରୁ ୩ଜଣ ଯୁବକ ଓ ମୁଖ୍ୟ ଅଭିଯୁକ୍ତର ମାଆକୁ ଉଠାଇ ଆଣି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟ ପକ୍ଷରେ ମୃତ ବିନାୟକ ପ୍ରଧାନର ଭାଇ ପ୍ରଶାନ୍ତ କୁମାର ପ୍ରଧାନର ଲିଖିତ ଅଭିଯୋଗ ଆଧାରରେ ପୁଲିସ ୪୪୬/୨୧ରେ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!