Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 6, 2021
in State
ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ
81
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): ଘର ଆଗରେ ଲାଗିଛି ଇନ୍ଦିରା ଆବାସ ଯୋଜନାର ଫଳକ । ଅଥଚ ହିତାଧିକାରୀ କହୁଛନ୍ତି ତାଙ୍କୁ ଏ ବାବଦରେ ଟଙ୍କାଟିଏ ବି ମିଳିନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କହିବା ହେଲା, ମୁଁ ନୂଆରେ ଆସିଛି, ତେଣୁ କିଛି ଜାଣିନି । ଫୁଲବାଣୀ ବ୍ଲକ୍‌ କଟ୍ରିଙ୍ଗିଆ ପଞ୍ଚାୟତ କାତାକେରୀ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଢିପାସାହିରେ ରହୁଥିବା ପୀତବାସ କହଁର ଓ ନିତ୍ୟାନନ୍ଦ କହଁରଙ୍କ ଘର ଆଗରେ ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ଯୋଜନାର ଫଳକ ଲଗାଯାଇଛି । ଫଳକରେ ଦିଆ ଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ଆର୍ଥିକ ବର୍ଷରେ ଏମାନଙ୍କୁ ଘର ନିର୍ମାଣ ପଇଁ ୭୫ ହଜାର ଲେଖାଏଁ ଟଙ୍କା ଅନୁଦାନ ମିଳିଛି । ଫୁଲବାଣୀ ବ୍ଲକ୍‌ରୁ ମିଳିଥିବା ଏହି ଆର୍ଥିକ ବର୍ଷର ଆବାସ ଯୋଜନାର ତାଲିକାରେ ମଧ୍ୟ ଏହି ଦୁଇ ହିତାଧିକାରୀଙ୍କ ନାଁ ରହିଛି । ହେଲେ ଉଭୟଙ୍କୁ ଏ ବାବଦରେ ଟଙ୍କାଟିଏ ବି ମିଳିନାହିଁ । ନିତ୍ୟାନନ୍ଦଙ୍କ ଘର ଆଦୌ ତିଆରି ହୋଇନଥିବା ବେଳେ ପୀତବାସ ରହୁଛନ୍ତି ୨୦୦୪ରେ ତାଙ୍କ ବାପାଙ୍କ ଦ୍ୱାରା ନିର୍ମିତ ହୋଇଥିବା ଘରେ । ନିତ୍ୟାନନ୍ଦଙ୍କ ଝାଟିମାଟିର ଘରକୁ ଦେଖିଲେ ଫଳକରେ ଦିଆ ଯାଇଥିବା ସୂଚନା କେତେଦୂର ସତ, ତାହା ସ୍ପଷ୍ଟ ବାରି ହୋଇଯାଉଛି । ଉଭୟ ଏ ନେଇ ସ୍ଥାନୀୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ସେମାନେ ଏ ବିଷୟରେ କିଛି ଜାଣିନଥିବା କହୁଛନ୍ତି । ପୀତବାସ ଓ ନିତ୍ୟାନନ୍ଦଙ୍କ କହିବା ଅନୁଯାୟୀ, ଗତ ଜୁଲାଇରେ ବ୍ଲକ୍‌ର ଜଣେ କର୍ମଚାରୀ ଆସି ସେମାନଙ୍କ ଘର ଆଗରେ ଏହି ଫଳକ ଲଗାଇନ୍ତି । ତେବେ ୨୦୧୩-୧୪ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ଅନୁଦାନର ଫଳକ ୨୦୨୧ରେ କାହିଁକି ମରାଗଲା ତାହା ମଧ୍ୟ ଅନ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଉଭୟ ଏ ସମ୍ପର୍କରେ ଫୁଲବାଣୀ ବିଡିଓଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ତେବେ ତିନି ଥର ବ୍ଲକ୍‌କୁ ଯିବା ପରେ ମଧ୍ୟ ସେମାନଙ୍କୁ କୌଣସି ସଠିକ୍‌ ତଥ୍ୟ ମିଳିନାହିଁ । ବିଡିଓ ତାଙ୍କୁ କେବଳ କିଛି ଦିନ ଅପେକ୍ଷା କରିବାକୁ କହିଛନ୍ତି ବୋଲି ପୀତବାସ କହିଛନ୍ତି । ଉଭୟଙ୍କ ବ୍ୟାଙ୍କ୍‌ ଜମାଖାତାକୁ ମଧ୍ୟ ଏ ବାବାଦରେ କୌଣସି ଟଙ୍କା ଆସିଥିବାର ପ୍ରମାଣ ନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!