Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେଭ୍ ପାର୍ଟିରେ ଡ୍ରଗ୍ସ ମାମଲାରେ ଏନସିବି ଏଯାବତ ୧୫ ଜଣଙ୍କୁ ଗିରଫ କରିଛି

by ସଞ୍ଜୟ ସ୍ୱାଇଁ
October 6, 2021
in Crime, State
ରେଭ୍ ପାର୍ଟିରେ ଡ୍ରଗ୍ସ ମାମଲାରେ ଏନସିବି ଏଯାବତ ୧୫ ଜଣଙ୍କୁ ଗିରଫ କରିଛି
61
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ମୁମ୍ବାଇ ଉପକୂଳରେ ଗତ ଶନିବାର ଏକ ଯାତ୍ରୀବାହୀ ଜାହାଜରେ ଚାଲିଥିବା ରେଭ୍ ପାର୍ଟିରେ ଡ୍ରଗ୍ସ ମାମଲାରେ ଏନସିବି ଏଯାବତ ୧୫ ଜଣଙ୍କୁ ବାନ୍ଧିଲାଣି । ସେମାନଙ୍କ ମଧ୍ୟରେ ୨ ଓଡ଼ିଆ ଯୁବକ ବି ଅଛନ୍ତି। ସେମାନେ ହେଲେ ମନୀଷ ରାଜଗରିଆ ଏବଂ ଅଭିନ ସାହୁ। ଗିରଫ ମନୀଷଙ୍କ ଘର ରାଉରକେଲା ଏବଂ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ। ପୁଅର ଗିରଫଦାରୀ ନେଇ ମନୀଶଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି, ପୁଅ ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ବୁଲିବାକୁ ଯାଇଥିଲା। ରାଉରକେଲାରୁ ୩୭ ଜଣ ସାଙ୍ଗ ଏକାଠି ଯାଇଥିଲେ। କ୍ରୁଜ୍‌ରେ ଚାଲିଥିବା ରେଭ୍ ପାର୍ଟିରେ ପୁଅ ମନୀଷଙ୍କ ପାଖରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି । ଗୋଟିଏ ସିଗାରେଟ୍ ଗଞ୍ଜେଇ ସେ ନିଜେ ସେବନ ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ପୁଅର ଲିଙ୍କ୍ ନାହିଁ । ଏହି ଘଟଣାକୁ ଯେଉଁପରି ହାଇଲାଇଟ୍ କରାଯାଉଛି, ସେଭଳି କୌଣସି ଅପରାଧ ମୋ ପୁଅ କରିନି । ଗିରଫ ଅନ୍ୟ ଓଡ଼ିଆ ଯୁବକ ଅଭିନ ସାହୁ ମନୀଷଙ୍କ ବନ୍ଧୁ ।” ପୁଅ ସହ ସାକ୍ଷାତ ପାଇଁ ମନୀଷଙ୍କ ପାଇଁ ଗତକାଲି ମୁମ୍ବାଇ ଯାଇଥିବା ବେଳେ ଆଜି ତାଙ୍କର ପୁଅ ସହ ସାକ୍ଷାତ ହେବ ବୋଲି କହିଛନ୍ତି। ପୁଅ ସହ ଦେଖା ହୋଇନି । ଦେଖା ହେଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ସମୁଦ୍ର ଭିତରେ କ୍ରୁଜ୍‌ରେ ରେଭ୍ ପାର୍ଟି ମାମଲାରେ ପୂର୍ବରୁ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟ୍ୟନ ଖାନ୍‌ଙ୍କ ସମେତ ଏନ୍‌ସିବି ୯ଜଣଙ୍କୁ ଗିରଫ କରିଥିଲା। ଏହାପରେ ପୁଣି ୨ ଏବଂ ଗତକାଲି ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଓଡ଼ିଆ ବି ଅଛନ୍ତି। ସେପଟେ ଡ୍ରଗ୍ସ ପାର୍ଟିରୁ ଗିରଫ ହେବା ପରେ ଆର୍ୟ୍ୟନ ଖାନ୍‌ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ହେପାଜତରେ ଅଛି। ବେଆଇନ୍‌ ଡ୍ରଗସ୍‌ କାରବାରକୁ ନେଇ ଏନସିବି ଆର୍ୟ୍ୟନଙ୍କ ପାଖରୁ ସତ ଉଗାଳୁଛି। ଆର୍ୟ୍ୟନ ଖାନଙ୍କୁ ଅକ୍ଟୋବର ୧୧ପର୍ୟ୍ୟନ୍ତ ହେପାଜତକୁ ନେବାକୁ ଆବେଦନ କରିଥିଲା ଏନସିବି। ହେଲେ କୋର୍ଟ ଅକ୍ଟୋବର ୭ ଯାଏଁ ଅନୁମତି ମିଳିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!