Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ବାଇଶିପାହାଚ ଓ ରାଜଧାନୀର ବିନ୍ଦୁସାଗରରେ ମହାଳୟା ଶ୍ରାଦ୍ଧ ପକାଇବା ବନ୍ଦ ରହିଛି

by ସଞ୍ଜୟ ସ୍ୱାଇଁ
October 6, 2021
in State
କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ବାଇଶିପାହାଚ ଓ ରାଜଧାନୀର ବିନ୍ଦୁସାଗରରେ ମହାଳୟା ଶ୍ରାଦ୍ଧ ପକାଇବା ବନ୍ଦ ରହିଛି
115
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜି ପବିତ୍ର ମହାଳୟା ଅମାବାସ୍ୟା। ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ୟ୍ୟନ୍ତ ପନ୍ଦର ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ହେଲେ ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ତେବେ କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ବାଇଶିପାହାଚ ଓ ରାଜଧାନୀର ବିନ୍ଦୁସାଗରରେ ମହାଳୟା ଅମାବାସ୍ୟା ପାଳନ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତ ଏଠାରେ ଶ୍ରାଦ୍ଧ ଦେଉଛନ୍ତି । ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି । ସେପଟେ ଏସ୍ଓପି ଆଧାରରେ ଶ୍ରୀମନ୍ଦିରକୁ କୌଣସି ଭକ୍ତଙ୍କ ପ୍ରବେଶ କରିପାରିବେ ନାହିଁ, କିନ୍ତୁ ଉତ୍ତର ଦ୍ୱାର ବାହାରେ ମହାପ୍ରସାଦ ପାଇପାରିବେ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହାଳୟା ପାଇଁ କଟକଣା ଲାଗୁ କରିଛି ବିଏମ୍‌ସି। ବିନ୍ଦୁସାଗରରେ ମହାଳୟା ପାଳନକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏଥିସହ ସେଠାରେ ବ୍ରାହ୍ମଣ ଭୋଜନ ସହ ମହାଳୟା ସଂପର୍କିତ ନୀତିକାନ୍ତି ପାଳନ କରିବା ଉପରେ ମଧ୍ୟ କଟକଣା ଲାଗୁ କରିଦେଇଛି। କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶ । ତେବେ ଏଥର କରୋନା କଟକଣା ମଧ୍ୟରେ ମା’ଙ୍କର ଏହି ଦୁର୍ଲଭ ବେଶର ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜି ମଧ୍ୟାହ୍ନ ୧୨ଟା ଯାଏଁ ଏବଂ ପରେ ସାଢେ ୧୨ଟାରୁ ସନ୍ଧ୍ୟା ସାଢେ ୭ଟା ଯାଏଁ ସର୍ବସାଧାରଣ ଦର୍ଶନ କରିପାରିବେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!