ନୟାଗଡ଼,(ବାଘୁଆବାର୍ତ୍ତା): ମୁହାଁ ମୁହଁ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଫତେଗଡ଼ ଥାନା ଭାପୁର ଖଣ୍ତପଡ଼ା ପୁର୍ତ୍ତ ରାସ୍ତାର ଧଳାବନ୍ଧ ଗ୍ରାମଠାରେ ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାରେ ବୋଲଗଡ଼ ଥାନା ହରିପୁର ଗ୍ରାମର ବାଳକୃଷ୍ଣ ସୁବୁଦ୍ଧିଙ୍କ ମୃତ୍ୟୁ ଘଟିଛି । ତାଙ୍କ ସ୍ତ୍ରୀ ସସ୍ମିତା ଏବଂ ନିକଟସ୍ଥ ବସନ୍ତପୁର ଗ୍ରାମର ରାକେଶ କୁମାର ସାହୁ ଓ ଚନ୍ଦନ କୁମାର ଦାସ ଗୁରୁତର ଆହାର ହୋଇଛନ୍ତି । ସମସ୍ତ ତିନି ଆହତଙ୍କୁ ଓ ମୃତ ବାଳକୃଷ୍ଣଙ୍କୁ ୧୦୮ ଆମ୍ୱଲାନସରେରେ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ବାଳକୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ ଓ ତିନି ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ପଠାଇ ଦେଇଛନ୍ତି।






