Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରୀ ଅଫିସରରେ କିନ୍ନର କର୍ମଚାରୀଙ୍କ ସହ କେହି ଭେଦଭାବ କରିପାରିବେ ନାହିଁ

by ସଞ୍ଜୟ ସ୍ୱାଇଁ
October 5, 2021
in State
ସରକାରୀ ଅଫିସରରେ କିନ୍ନର କର୍ମଚାରୀଙ୍କ ସହ କେହି ଭେଦଭାବ କରିପାରିବେ ନାହିଁ
101
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୌଣସି ସରକାରୀ ଅଫିସରରେ କିନ୍ନର କର୍ମଚାରୀଙ୍କ ସହ କେହି ଭେଦଭାବ କରିପାରିବେ ନାହିଁ। ପଦବି, ତାଲିମ, ପଦୋନ୍ନତି ଓ ବଦଳି ଆଦି କ୍ଷେତ୍ରରେ ସେମାନଙ୍କ ସହ କୌଣସି ପ୍ରକାର ଭେଦଭାବ ରହିବ ନାହିଁ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କିନ୍ନରଙ୍କ ପାଇଁ ସମାନ ସୁଯୋଗ ନୀତି ପ୍ରଣୟନ କରାଯାଇଛି। ଆଜି ଏହି ମର୍ମରେ ସବୁ ସରକାରୀ ବିଭାଗକୁ ନି‌ର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ସତର୍କ କରାଇ ଦିଆଯାଇଛି କିନ୍ନର କର୍ମଚାରୀଙ୍କ ସହ ଅଫିସରେ ଭେଦଭାବ କରାଗଲେ ତାହାକୁ ଚାକିରି ସର୍ତ୍ତାବଳୀ ଆଚରଣର ଉଲ୍ଲଂଘନ ଭାବେ ବିଚାର କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଜ୍ଞପ୍ତିରେ ଥିବା ବ୍ୟବସ୍ଥା ଅନୁଯାୟୀ କିନ୍ନରମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କ ୨୦୨୦ ମସିହାର ରୁଲସ୍ ଏବଂ କିନ୍ନର(ସୁରକ୍ଷାର ଅଧିକାର) ଆଇନ ୨୦୧୯ ଅନ୍ତର୍ଗତ ବ୍ୟବସ୍ଥାରେ କିନ୍ନରମାନଙ୍କୁ କାର୍ୟ୍ୟସ୍ଥଳୀରେ ଭେଦଭାବପୂର୍ଣ୍ଣ ପରିବେଶରୁ ସୁରକ୍ଷା ଦେବା ପାଇଁ କୁହାଯାଇଛି। ଲିଙ୍ଗଗତ କାରଣରୁ କିନ୍ନରଙ୍କୁ କୌଣସି ପ୍ରକାରର ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ। ଯଦି ସେଭଳି ହୁଏ, ତେବେ କିନ୍ନର କର୍ମଚାରୀମାନେ ତୁରନ୍ତ ଅଭିଯୋଗ କରିପାରିବେ। କିନ୍ନରଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରତ୍ୟେକ ବିଭାଗ ଜଣେ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ କ୍ଷମତାପ୍ରାପ୍ତ କରାଇବେ। ଅଭିଯୋଗ ଉପରେ ତଦନ୍ତ ରିପୋର୍ଟ ଆସିବାର ୧୫ ଦିନ ମଧ୍ୟରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ ମୁଖ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ। ଯଦି କିନ୍ନରଙ୍କ ଅଭିଯୋଗ ଉପରେ ୧୫ ଦିନ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ହୋଇନଥିବ ତା’ହେଲେ ସମ୍ପୃକ୍ତ ପ୍ରଶାସନିକ ବିଭାଗ ଏ ଦିଗରେ ନିଜ ଆଡ଼ୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଅଫିସରେ କିନ୍ନର କର୍ମଚାରୀମାନେ ଯେପରି ସୁରୁଖୁରୁରେ ନିଜ କାର୍ୟ୍ୟ କରିପାରିବେ, ସେଥି ପାଇଁ ଉପରିସ୍ଥ ଅଧିକାରୀ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବେ। କିନ୍ନରଙ୍କ ପାଇଁ ସମାନ ସୁଯୋଗ ନୀତି ସମ୍ପର୍କରେ ସବୁ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନେବା ନିମନ୍ତେ କୁହାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!