ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସର ରାତି ଅଧିଆ । ଚଢ଼ାଉରେ ଗୋରୁ ସହ ଗାଡି ଜବତ କରିଛି ପୋଲିସ । ଗତକାଲି ନୀଳଗିରି ଆଇଆଇସି ଦାୟିତ୍ୱରେ ଥିବା ବାସୁଦେବ ଜୟସିଂହ ବାଇକ ଚୋରି ରାକେଟ ନେଇ ଚଢ଼ାଉ କରି ଫେରିବାବେଳେ କାହାଳିଆ ଅଂଚଳରେ ଧରାପଡିଥିଲା । ଗୋରୁ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲସି ଚଢାଉ କରିଥିଲା । ତେବେ ଅଚାନକ ଚଢ଼ାଉ କରି ଦୁଇଟି ପିକଅପ ଭ୍ୟାନ ଜବତ କରିବା ସହ ତିନୋଟି ଗୋରୁ ମଧ୍ୟ ଉଦ୍ଧାର କରିଛନ୍ତି । ଘଟଣାରେ ଦୁଇଜଣଙ୍କୁ ଅଟକ ମଧ୍ୟ ରଖି ପୋଲିସ ତଦନ୍ତ ଚଳାଇଛି ।






