ପୁରୀ, (ବାଘୁଆବାର୍ତ୍ତା): ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରୁ ରୁପା ସ୍ଥାନାନ୍ତରଣ ପ୍ରକ୍ରିୟା ହୋଇଛି। ଏଗାରଟି ବାକ୍ସରେ ୫ କୁଇଣ୍ଟାଲ ରୁପା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରିତ କରାଯାଇଛି। ଏହି ରୁପାରେ ଆସନ୍ତା ଶ୍ରୀଗୁଣ୍ଡିଚା ସମୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାରର ହେବ ରୂପାଛାଉଣି। ଏଥିପାଇଁ ନିଳାଦ୍ରୀ ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରେ ମହଜୁଦ ଥିଲା ୫ କୁଇଣ୍ଟାଲ ରୂପା। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆଜି ଜିଲ୍ଲା କୋଷାଗାରକୁ ରୁପା ସ୍ଥାନାନ୍ତର କରାଯାଉଛି। ତେବେ ସେପଟେ ସାତଟି ଦ୍ୱାରର ରୁପାଛାଉଣି ସରିଥିବା ବେଳେ ରଥଯାତ୍ରା ବେଳେ କଳାହାଟ ଦ୍ୱାର ରୁପାଛାଉଣି ବେଳେ ନୀତିକାନ୍ତି ପ୍ରଭାବିତ ହେବନାହିଁ। ଏବେ ସୁଦ୍ଧା ୬ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି । ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୁପାଛାଉଣି ସମ୍ପୂର୍ଣ୍ଣ ହୋଇଥିବା ବେଳେ କେବଳ ବାକି ରହିଛି କଳାହାଟ ଦ୍ୱାରର ରୁପାଛାଉଣି। କଳାହାଟ ଦ୍ୱାରର ମରାମତି ସରିନଥିବାରୁ କାମ ଅଟକିଥିଲା । ଏହାର ରୁପାକୁ ସୁରକ୍ଷା ଦୃଷ୍ଟିରୁ ଟ୍ରେଜରିକୁ ସ୍ଥାନାନ୍ତର କରିବାରକୁ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା । ଜିଲ୍ଲାପାଳ ଓ ଟ୍ରେଜିରି ଅଧିକାରୀଙ୍କ ସମ୍ମତି କ୍ରମେ ଏହା ଟ୍ରେଜେରିକୁ ସ୍ଥାନାନ୍ତର ହେଉଛି । ୨୦୨୨ ରଥଯାତ୍ରା ପୂର୍ବରୁ ଏହି ରୁପାକୁ ଅଣାଯାଇ ଛାଉଣି କାମ ହେବ । ଏବେ ନୀଳାଚନ ଭକ୍ତ ନିବାସରେ ଗହଳ ଆରମ୍ଭ ହେଲାଣି । ତେଣୁ ସୁରକ୍ଷା ଦୃଷ୍ଟିର ସ୍ଥାନାନ୍ତର ଜରୁରି ଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିରର ୮ଟି ଦ୍ୱାରରେ ରୂପା କବାଟ ଲଗାଇବା ପାଇଁ ବମ୍ବେର ଜଣେ ଦାତା ରୂପା ଦାନ କରିଛନ୍ତି । ଦୁଇଟି ପର୍ୟ୍ୟାୟରେ ଏହି ରୂପା ଚାଦର ପୁରୀ ଆସିଛି ।






