ନୀଳଗିରି, (ବାଘୁଆବାର୍ତ୍ତା): ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଛତ୍ରପୁର ପଞ୍ଚାୟତ ପରାଶିପାଳ ଗ୍ରାମର ରମେଶ ଦନାକ ନାମକ ଯୁବକ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ଦିନ ଦେଢଟା ସମୟରେ ହଠାତ ବଜ୍ରାଘାତ ହେବାରୁ ବିଲରେ ଟଳି ପଡ଼ିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ହସ୍ପିଟାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।






