Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତମାଳା ଯୋଜନାରେ ଡାବୁଗାଁରେ ପ୍ରବେଶ ଓ ପ୍ରସ୍ଥାନକୁ ମିଳିଲା ଅନୁମତି

by ସଞ୍ଜୟ ସ୍ୱାଇଁ
October 5, 2021
in State
ଭାରତମାଳା ଯୋଜନାରେ ଡାବୁଗାଁରେ ପ୍ରବେଶ ଓ ପ୍ରସ୍ଥାନକୁ ମିଳିଲା ଅନୁମତି
29
VIEWS
Share on FacebookShare on Twitter

ନବରଙ୍ଗପୁର (ବାଘୁଆବାର୍ତ୍ତା): ଦୀର୍ଘ ଦିନରୁ ପ୍ରତୀକ୍ଷିତ ବିଶାଖାପାଟଣା ରୁ ରାୟପୁର ସୁପର ଫାଷ୍ଟ ରୋଡ଼ ଭାରତମାଳା ପରିଯୋଜନାରେ ଡାବୁଗାଁ କୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରଖିବାକୁ ବିଭିନ୍ନ ମହଲରୁ ବାରମ୍ବାର ଦାବୀ ହେଉଥିଲା। ଜନ ସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ବତନ ସାଂସଦ ବଳଭଦ୍ର ମାଝୀ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁପାରିଶ କ୍ରମେ ଏକ ଅନୁରୋଧ ପତ୍ର ଲେଖିଥିଲେ। ଚିଠି କ୍ରମାଙ୍କ ୧୬୬୭/୨୧ ପ୍ରକାରେ ଲିଖିତ ଅନୁରୋଧ ପରେ ଡାବୁ ଗାଁରେ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ରଖା ଯାଇଛି। ଭାରତ ସରକାରଙ୍କ ଏହି ପଦକ୍ଷେପ ଏବଂ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଙ୍କ ଉଦ୍ୟମ କୁ ବିଭିନ୍ନ ମହଲରୁ ସ୍ୱାଗତ ଏବଂ ପ୍ରଶଂସା କରା ଯାଇଛି। ରାଜ୍ୟ କାର୍ୟ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ, ବିଜେପି ନମାମି ଗଙ୍ଗେ ର ଜିଲ୍ଲା ସଂଯୋଜକ ଜୟନ୍ତ କୁମାର ପାତ୍ର, ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ, ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା, ଡଙ୍ଗରା ମଣ୍ଡଳ ସଭାପତି ସତ୍ୟବାନ୍ ନାୟକ, ମୈଦଲପୁର ମଣ୍ଡଳ ସଭାପତି ରବିନ୍ଦ୍ର ପ୍ରସାଦ ପାଳ, ଡାବୁଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମହେଶ ପାତ୍ର, ପୂର୍ବତନ ଏସ୍ ସି ମୋର୍ଚ୍ଚା ଜିଲ୍ଲା ସଭାପତି ଦୁର୍ୟୋଧନ ମିର୍ଗାନ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଂପାଦକ ସନୁ ମାଝୀ, ପଛୁଆବର୍ଗ ଜିଲ୍ଲା ସାଧାରଣ ସଂପାଦକ ଦଶମୁ କଲାର, କୃଷକ ମୋର୍ଚ୍ଚା ଜିଲ୍ଲା ସଂପାଦକ ବିଚିତ୍ର ହରିଜନ, କୃଷକ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ମାନସାଏ ମାଝୀ, ମୁରଲି ହାଲବା, ରାମକୃଷ୍ଣ ପାଣିଗ୍ରୀ, ରାମଚନ୍ଦ୍ର ଭୁକ୍ତା, ଗୋପାଳ ସାହୁ, ଡମ୍ବରୁ ଭତ୍ରା, ସନସାଏ ପୂଜାରୀ, ରାମକୃଷ୍ଣ ଭତ୍ରା, ରତ୍ନ କଲାର, ଘନ ମାଝୀ ଏବଂ ଅନ୍ୟମାନେ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଉଦ୍ୟମକୁ ସ୍ଵାଗତ କରିଛନ୍ତି। ପୂର୍ବରୁ କେବଳ ଜିଲ୍ଲା ର ରାଇଘର, ଉମରକୋଟ ଓ ପାପଡାହାଣ୍ଡି ରେ ହିଁ ଏହି ସୁବିଧା ପ୍ରସ୍ତାବିତ ଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!