Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଲ ସାଟିଫିକେଟ୍‌ ଦେଇ ଚାକିରି ହାତେଇବା ପଡିଲା ମହଙ୍ଗା, ଚାକିରି ବହିଷ୍କୃତ ହେଲେ ଶିକ୍ଷୟତ୍ରୀ

by ସଞ୍ଜୟ ସ୍ୱାଇଁ
October 5, 2021
in State
ଜାଲ ସାଟିଫିକେଟ୍‌ ଦେଇ ଚାକିରି ହାତେଇବା ପଡିଲା ମହଙ୍ଗା, ଚାକିରି ବହିଷ୍କୃତ ହେଲେ ଶିକ୍ଷୟତ୍ରୀ
244
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଜାଲ ସାଟିଫିକେଟ୍‌ ଦେଇ ଚାକିରି ହାତେଇବା ମହଙ୍ଗା ପଡିଲା । ଚାକିରି ବହିଷ୍କୃତ ହେଲେ ଶିକ୍ଷୟତ୍ରୀ । ବହିଷ୍କୃତ ଶିକ୍ଷୟତ୍ରୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର କାଳିଆବାଲି ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷୟତ୍ରୀ କେ. ଲକ୍ଷ୍ମୀ ରେଡ୍ଡୀ । ବହିଷ୍କୃତ କରାଯାଇଥିବା ଛତ୍ରପୁର ବିଇଓ ଅବିନାଶ ଶତପଥୀ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କ୍ଲଷ୍ଟର ପି.ଲକ୍ଷ୍ମୀପୁର ସ୍କୁଲ ଶିକ୍ଷୟନ୍ତ୍ରୀ କେ. ସୁରାନ୍ତି ରେଡ୍ଡୀଙ୍କ ଦଶମ ସାର୍ଟିଫିକେଟ୍‌ ଓ ମାର୍କ ସିଟ୍‌ ମିଥ୍ୟା ଥିବା ବିଏସ୍‌ଇ ବୋର୍ଡ ପକ୍ଷରୁ ସୂଚନା ମିଳିଥିଲା । ଯାହାଫଳରେ ତାଙ୍କୁ ପୂର୍ବରୁ କାର୍ୟ୍ୟରୁ ବିରତି ଦିଆଯାଇଥିଲା । ଏଥିସହ ଚମାଖଣ୍ଡି ପୋଲିସ ଥାନାରେ ଜୁଲାଇ ୧୭, ୨୦୨୦କେ ବିଇଓଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା । ଏହାସହ ସେ ମଧ୍ୟ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ବହୁମାତ୍ରାରେ ନକଲି ଶିକ୍ଷକ/ଶିକ୍ଷୟତ୍ରୀ ଚାକିରି ହାତେଇଥିବା ବେଳେ ଏବେ ସେମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି । ଯାହାଫଳରେ କିଛି ଶିକ୍ଷକ/ଶିକ୍ଷୟତ୍ରୀ ଗିରଫ ଭୟରେ ଚାକିରି ଛାଡି ଦେଲେଣି, ତ କିଛି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଦରମା ମଧ୍ୟ ବନ୍ଦ ହୋଇଗଲାଣି । ଏପରି ଅଭିଯୋଗ ଆସିବା ପରେ ଶିକ୍ଷକମାନଙ୍କର ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଠିକ୍ ଅଛିକି ନାହିଁ ସେ ସମ୍ପର୍କରେ ବୋର୍ଡ ଓ ବିଶ୍ୱବିଦ୍ୟାଳୟକୁ ଛତ୍ରପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା । ଯାଞ୍ଚ ରିପୋର୍ଟ ଆସିବା ପରେ କିଛି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଜାଲ ବୋଲି ଜଣାପିଡିଥିଲା । ଏହାପରେ ଛତ୍ରପୁର ବିଇଓଙ୍କ ପକ୍ଷରୁ ଚମାଖଣ୍ଡି, ଛତ୍ରପୁର ଓ ମେରାଇନ ଥାନାରେ କିଛି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ନାମରେ ଏତଲା ଦିଆଯିବା ସହ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!