Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଗଷ୍ଟ ମାସରେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କଡ଼ା ତାଗିଦ

by ସଞ୍ଜୟ ସ୍ୱାଇଁ
October 5, 2021
in Feature News
ଅଗଷ୍ଟ ମାସରେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କଡ଼ା ତାଗିଦ
251
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗତ ଅଗଷ୍ଟ ମାସରେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କଡ଼ା ତାଗିଦ। ଅକ୍ଟୋବର ୮ ତାରିଖ ସୁଦ୍ଧା ନୂତନ ସ୍ଥାନରେ କାର୍ୟ୍ୟରେ ଯୋଗ ନ ଦେଲେ ନିଆଯିବ ଦୃଢ଼ କାର୍ୟ୍ୟାନୁଷ୍ଠାନ। ମାଲକାନଗିରି ବ୍ୟତୀତ ଅନ୍ୟସବୁ ଜିଲ୍ଲାର ଡିଇଓ (ଜିଲ୍ଲା ଶିକ୍ଷା ଅଧିକାରୀ)ଙ୍କ ନିକଟକୁ ଏନେଇ ଲେଖାଯାଇଛି ଚିଠି। ଏହି ଚିଠିରେ ଉଲ୍ଲେଖ ରହିଛି ଯେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇବା ପରେ ସମସ୍ତ ଶିକ୍ଷକଙ୍କୁ ରିଲିଭ୍‌ କରି ଦିଆଯାଇଛି। କିନ୍ତୁ ଅନେକ ଶିକ୍ଷକ ସେମାନଙ୍କ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି। ଏହା ଭିତରେ ୨ ମାସ ବିତି ଯାଇଛି। ସେମାନେ ପ୍ରଧାନଶିକ୍ଷକ ଭାବେ ନୂଆ ଦାୟିତ୍ୱରେ ଯୋଗ ଦେଉ ନଥିବା ଯୋଗୁ ସେହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ସହିତ ପ୍ରଶାସନିକ କାର୍ୟ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏହା ସହିତ ପଦୋନ୍ନତି ପାଇବା ପରେ ଛୁଟିରେ ଥିବା ଏହି ଶିକ୍ଷକମାନଙ୍କୁ ଅକ୍ଟୋବର ୮ ତାରିଖ ସୁଦ୍ଧା କାର୍ୟ୍ୟରେ ଯୋଗ ଦେବାକୁ ଅବା ନିଜ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ୮ ତାରିଖ ପରେ ଛୁଟିରେ ରହିବେ, ତା’ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସୂଚନାଯୋଗ୍ୟ, ଅଗଷ୍ଟ ୩ ତାରିଖରେ ୧୦୯୭ ଜୁନିୟର ଏସ୍‌ଇଏସ୍‌ ଶିକ୍ଷକଙ୍କୁ ସିନିୟର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଥିଲା। ସେମାନଙ୍କୁ ସପ୍ତାହକ ମଧ୍ୟରେ ପୋଷ୍ଟିଂ ସ୍ଥାନରେ ଯୋଗ ଦେବାକୁ କୁହାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଏଯାଏଁ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!