Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେଡିକାଲ ଛାତରୁ ସ୍ଲାବ ଖସି ମୁଣ୍ଡ ଉପରେ ପଡ଼ିବାରୁ ରୋଗୀଜଣକ ଏବେ କୋମାରେ

by ସଞ୍ଜୟ ସ୍ୱାଇଁ
October 5, 2021
in State
ମେଡିକାଲ ଛାତରୁ ସ୍ଲାବ ଖସି ମୁଣ୍ଡ ଉପରେ ପଡ଼ିବାରୁ ରୋଗୀଜଣକ ଏବେ କୋମାରେ
251
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ମେଡିକାଲକୁ ଭଲ ହେବାକୁ ଯାଇଥିବା ରୋଗୀ ସେଠାରେ ଗୁରୁତର ହୋଇପଡ଼ିଲେ। ଛାତରୁ ସ୍ଲାବ ଖସି ମୁଣ୍ଡ ଉପରେ ପଡ଼ିବାରୁ ରୋଗୀଜଣକ ଏବେ କୋମାରେ ଅଛନ୍ତି। ଏହାସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହେଉଛି । ରୋଗୀଙ୍କୁ ସବୁବେଳେ ଉତ୍ତମ ଚିକିତ୍ସା ଯୋଗାଇବାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏପରି ବିକଳ ଚିତ୍ର ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି। ଫଳରେ ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ ବିଭାଗର ପୁରୁଷ ଓ୍ୱାର୍ଡ ବାରଣ୍ଡାରେ ୨ ଦିନ ହେବ ଜଣେ ରୋଗୀ ଚିକିତ୍ସିତ ହେଉଥିଲେ। ହେଲେ ହଠାତ୍‌ ମେଡିକାଲ ଛାତରୁ ଏକ ଅତଡ଼ା ଖସି ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ରୋଗୀଜଣକ କୋମାକୁ ଚାଲି ଯାଇଛନ୍ତି। ବାରିପଦା ମେଡିକାଲରେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ମେଡିକାଲ ପକ୍ଷରୁ ତାଙ୍କୁ ଗତକାଲି କଟକ ରେଫର କରାଯାଇଛି। ବାରିପଦା ମେଡିକାଲ ତରଫରୁ ଆମ୍ବୁଲାନ୍ସ ଯୋଗେ ଗତ ରାତିରେ ସମ୍ପୃକ୍ତ ରୋଗୀଙ୍କୁ କଟକ ପଠାଯାଇଛି। ଏଥିସହ ତାଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ରଘୁନାଥ ମୁର୍ମୂ ମେଡିକାଲ ସୁପରିଟେଣ୍ଟେଣ୍ଟ କଟକ ଏସ୍‌ସିବି ସୁପରିଟେଣ୍ଟେଣ୍ଟଙ୍କ ସହ କଥା ହୋଇଥିବା ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଶାନ୍ତ ହୋଇଥିବା ଜଣାଯାଇଛି। ମେଡିକାଲ କଲେଜ ଓ ହସ୍ପିଟାଲର ଅନେକ କୋଠାର ଛାତ ଏଭଳି ସ୍ଥିତିରେ ଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏନେଇ ରୋଗୀଙ୍କ ସମ୍ପର୍କୀୟ ସୈଜଲ ମଲ୍ଲିକ କହିଛନ୍ତି, ଡାକ୍ତରଙ୍କ ପାଖକୁ ଦୌଡ଼ାଦୌଡ଼ି କରି ନିରାଶ ହେଲୁ । ମେଡିକାଲରେ ସ୍ଲାବ ପଡ଼ି କୋମାକୁ ଚାଲିଯିବା ସତ୍ତ୍ୱେ ଡାକ୍ତର ସେପରି ଯତ୍ନ ନେଉ ନାହାନ୍ତି। କୋମାରେ ଅଛନ୍ତି। ଏନେଇ ଥାନାରେ ଏଫଆଇଆର ଦେଇଛୁ । ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!