ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଏନଫୋର୍ସମେଣ୍ଟ ୟୁନିଟ୍ ବ୍ରହ୍ମପୁର ପକ୍ଷରୁ ସୁନା ଅଳଙ୍କାର ଦୋକାନ ଉପରେ ଚଢାଉ ହୋଇଛି। ବ୍ୟବସାୟୀମାନେ କିପରି ବ୍ୟବସାୟ କରୁଛନ୍ତି ଏବଂ ଟ୍ୟାକ୍ସ୍ ଫାଙ୍କିଛନ୍ତି କି ନାହିଁ ସେ ନେଇ ବିଭାଗ ପକ୍ଷରୁ ସୁନା ଅଳଙ୍କାର ଦୋକାନ ଉପରେ ଚଢାଉ କରାଯାଇଥିଲା । ସାନବଜାର ଶିବାନୀ ଅଳଙ୍କାର ଦୋକାନ ଉପରେ ଅଧିକାରୀମାନେ ଚଢାଉ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଛି । ଚଢାଉ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ଏହା ପୂର୍ବରୁ ବ୍ରହ୍ମପୁର ବଡବଜାର ଅଞ୍ଚଳକୁ ପ୍ରାୟ ୩ କିଲୋ ସୁନା ଅଳଙ୍କାର ସ୍ଥାନାନ୍ତରିତ କରୁଥିବା ସମୟରେ ବାଣିଜ୍ୟ କର, ଦ୍ରବ୍ୟ ଓ ସେବାକର ବିଭାଗ ପକ୍ଷରୁ ଚଢାଉ କରି ବିନା ଟ୍ୟାକ୍ସରେ ସୁନା ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ପାଖାପାଖି ୨୬ ଲକ୍ଷ ଟଙ୍କା ଜରିମାନା ସଂଗ୍ରହ କରିଥିବା ନଜିର ରହିଛି । ବିଭାଗୀୟ ଉପାୟୁକ୍ତ ଦେବ କଲ୍ୟାଣ ବେହେରାଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା ।






