Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅରିନ୍ଦମଙ୍କୁ ତାଙ୍କ ଏକାଦଶାହରେ ତାଙ୍କୁ ଅଜସ୍ର ଶ୍ରଦ୍ଧାଞ୍ଜଳି

by ସଞ୍ଜୟ ସ୍ୱାଇଁ
October 4, 2021
in State
ଅରିନ୍ଦମଙ୍କୁ ତାଙ୍କ ଏକାଦଶାହରେ ତାଙ୍କୁ ଅଜସ୍ର ଶ୍ରଦ୍ଧାଞ୍ଜଳି
62
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ମୃତିରେ ଅରିନ୍ଦମ୍ । ଆଜିକୁ ଠିକ୍ ୧୧ ଦିନ ତଳେ ଯୁବ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କ ଜୀବନର ଦୀପ ନିର୍ବାପିତ ହୋଇଯାଇଥିଲା। ମୁଣ୍ଡୁଳୀରେ ହାତୀ ଅପରେସନରେ ନିଜକୁ ସାମିଲ କରାଇ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ଏହି ସାହସୀ ସାମ୍ବାଦିକ। ତାଙ୍କର ଖବର ପରିବେଷଣର ଶୈଳୀ ଓ ନିର୍ଭୀକ ସାମ୍ବାଦିକତା ସୁବବେଳେ ମନେ ରହିବ । ଖବର ଦେବାକୁ ଯାଇ ନିଜେ ଖବର ପାଲଟିଯାଇଥିଲେ ଅରିନ୍ଦମ୍। ଜଣେ ସମ୍ବାଦଦାତା ଜୀବନକୁ ବାଜିଲଗାଇ ଯେକୌଣସି ପରିସ୍ଥିତିରେ ମଧ୍ୟ ଆଗକୁ ଆସି ଖବର ସଂଗ୍ରହ କରିଥାନ୍ତି । ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ରାଜନୈତିକ କାର୍ୟ୍ୟକ୍ରମ , ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ସର୍ବଦା ତତ୍ପର ରହିଥାନ୍ତି । ଘଟଣା ହେଉ କିମ୍ବା ଦୁର୍ଘଟଣା ସବୁବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଟିଏ ଖରା, ବର୍ଷାକୁ ଖାତିର ନକରି ଖବର ଉପରେ ହିଁ ନଜର ରଖିଥାଏ । ଅନେକ ବିପଦପୂର୍ଣ୍ଣ ସ୍ଥାନ ସ୍ଥାନରେ ମଧ୍ୟ ଦୁଃସାହସିକତା ଦେଖାଇ ଆଗକୁ ଆସିଥାନ୍ତି ସାମ୍ବାଦିକ । ଆଉ ସେହି ସାମ୍ବାଦିକ ଜଣେ ଥିଲେ ଅରିନ୍ଦମ୍ ଦାସ । ଓଡିଶା ଗଣମାଧ୍ୟମ ଜଗତର ଜଣେ ଜଣାଶୁଣା ସାମ୍ବାଦିକ ଅରିନ୍ଦମ୍ । ବିଶେଷ କରି ପ୍ରାକୃତିକ ଦୁର୍ବିପାକ ସମୟରେ ଖବର ସଂଗ୍ରହ ପାଇଁ ସବୁବେଳେ ବ୍ୟଗ୍ର ରହିଥାନ୍ତି ସେ । ଖବର ବିଷୟରେ ଜାଣିବା ଏବଂ ଖବର ପଛରେ ରହିଥିବା ଖବରକୁ ଲୋକଲୋଚନକୁ ଆଣିବାରେ ସବୁବେଳେ ତତ୍ପରତା ଦେଖାଉଥିଲେ ଅରିନ୍ଦମ । କିନ୍ତୁ ସବୁବେଳେ ଖବର ଦେଉଥିବା ଲୋକଟା ଆଜି ନିଜେ ଖବର ପାଲଟିଯାଇଛି । ଗାଁ ମାଟିରେ ଶୋକାକୂଳ ପରିବେଶରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ସେହି ବୈତରଣୀ କୂଳରେ ନିଜ ଜନ୍ମ ମାଟିରେ ପଞ୍ଚଭୂତରେ ବିଲୀନ ହୋଇଗଲେ ଅରିନ୍ଦମ୍ । ଗାଁର ସାହସୀ ପୁଅ ସବୁଦିନ ଶୋଇଯିବା ପରେ ସ୍ତବ୍ଧ ହୋଇଯାଇଛି ସାରା ଗାଁ। ସେ ଆମ ଗହଣରେ ନଥିଲେ ବି ତାଙ୍କ ଉପସ୍ଥିତି ସବୁବେଳେ ଜାହିର କରିବ । ଆଜି ତାଙ୍କ ଏକାଦଶାହରେ ତାଙ୍କୁ ଅଜସ୍ର ଶ୍ରଦ୍ଧାଞ୍ଜଳି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!