Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିକରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର

by ସଞ୍ଜୟ ସ୍ୱାଇଁ
October 4, 2021
in Crime, State
ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିକରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର
129
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟରେ ପହଞ୍ଚିଛି। ମାମଲାର ସିବିଆଇ ତଦନ୍ତ ଦାବିକରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ଘଟଣାକୁ ୮୧ ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତରୁ କୌଣସି ସୁଫଳ ମିଳିନାହିଁ। ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ କ୍ରାଇମବ୍ରାଞ୍ଚ ବିଦ୍ୟା ଭାରତୀ ପଣ୍ଡା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଆବେଦନରେ ଦର୍ଶାଇଛନ୍ତି ସୌମ୍ୟଙ୍କ ବାପା। ଗତ ଜୁଲାଇ ୧୨ ତାରିଖରେ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ରଖି ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ଓ ଗୁରାଣ୍ଡି ଥାନା ଓଆଇସି ମମତା ରାଣୀ ପଣ୍ଡା ଅନେକ ପ୍ରମାଣ ସଂଗ୍ରହ କରିଥିଲେ, ଯାହାକୁ ତଦନ୍ତରେ ବ୍ୟବହାର କରାଯାଇନଥିବା ଅଭିରାମ ଅଭିଯୋଗ କରିଛନ୍ତି। ଓଡ଼ିଶା ପୁଲିସ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରିବର୍ତ୍ତେ ପ୍ରମାଣ ନଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସିବିଆଇ କିମ୍ବା ହାଇକୋର୍ଟ ମନିଟର ଏସ୍‌ଆଇଟି ଦ୍ଵାରା ତଦନ୍ତ କରିବାକୁ ଆବେଦନରେ ଉଲ୍ଲେଖ କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ। ଏହି ମାମଲାରେ ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ସିବିଆଇ ନିର୍ଦ୍ଦେଶକ ଓ ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି, “୧୨ ରାତିରେ ସୌମ୍ୟଙ୍କ ଆମ୍ୱୁଲାନ୍ସକୁ ଅଟକାଇ ଆଇଆଇସି ବିବେକାନନ୍ଦ ସ୍ୱାଇଁ ଓ ଓଆଇସି ମମତାରାଣୀ ପଣ୍ଡା (ସୌମ୍ୟ) ତାଙ୍କ ସରକାରୀଙ୍କ କ୍ୱାର୍ଟର୍ସରୁ କିଛି ଜିନିଷ ନେଇଥିଲେ। ଯାହାର ଭିଡିଓ ଦେଖିବା ଉପରେ ସେମାନଙ୍କ ଉପରେ ଆମର ସନ୍ଦେହ ବଢ଼ିଛି। ବିଶେଷ କରି ବିବେକାନନ୍ଦ ସ୍ୱାଇଁଙ୍କ ଉପରେ ଆମର ମୂଳରୁ ସନ୍ଦେହ ଥିଲା। ସିଏ ଡିଏଫ୍‌ଓଙ୍କ ମେନ୍‌ ଲୋକ। ସିଏ ପଇସା କାରବାର କରି ଏସବୁ ଯାତ୍ରା କରୁଛି।’” ବିବାହ ପରେ ସୌମ୍ୟ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ପାରଳାଖେମୁଣ୍ଡି ପଳାଇ ଆସିଥିଲେ। ସେଠାରେ ସରକାରୀ କ୍ୱାର୍ଟର୍ସରେ ଉଭୟ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ତେବେ ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ହେବ ସୌମ୍ୟଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ କହିଥିଲେ। ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ବନ ବିଭାଗ ଗାଡ଼ିରେ ସୌମ୍ୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ତା’ ପର ଦିନ ତାଙ୍କୁ କଟକର ଏକ ପ୍ରାଇଭେଟ୍‌ ମେଡିକାଲ୍‌ରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀ ଆଗରେ ସ୍ୱାମୀ ପୋଡ଼ି ଯାଉଛି, ହେଲେ ମୁହଁ ଖୋଲୁନାହିଁ। କେଉଁ ପରିସ୍ଥିତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଲା? ସେ ସମ୍ପର୍କରେ ବିଦ୍ୟାଭାରତୀ କିଛି କହୁନଥିଲା। ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏହା ଏକ ହତ୍ୟା ବୋଲି ସନ୍ଦେହ କରି ବିଦ୍ୟାଭାରତୀଙ୍କୁ ଆଙ୍ଗୁଠି ନିର୍ଦ୍ଦେଶ କରିଥିଲେ ସୌମ୍ୟଙ୍କ ପରିବାର ଲୋକ। ଏହା ପରେ ଗୋଟିଏ ଗୋଟିଏ କଥା ସାମ୍ନାକୁ ଆସିଥିଲା। ବଲାଙ୍ଗିର ଭୋଜି ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଭୋଜିରୁ କୁଆଡ଼େ ସୌମ୍ୟ ପଳାଇ ଆସିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ବିଦ୍ୟାଙ୍କ ସହିତ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!