Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧରାପଡ଼ିଲା କୁଖ୍ୟାତ ଚୋର, ୩୫ ବର୍ଷରେ ୫ କୋଟି ଟଙ୍କାର ଜିନିଷ ୫୦୦ ଜାଗାରେ ଚୋରି

by ସଞ୍ଜୟ ସ୍ୱାଇଁ
October 4, 2021
in Crime, State
ଧରାପଡ଼ିଲା କୁଖ୍ୟାତ ଚୋର, ୩୫ ବର୍ଷରେ ୫ କୋଟି ଟଙ୍କାର ଜିନିଷ ୫୦୦ ଜାଗାରେ ଚୋରି
315
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କମିଶନରେଟ ପୁଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଚୋର ହେମନ୍ତ ଦାସ। କଟକରେ ଚୋରି ବେଳେ ଧରାପଡ଼ିଲା ହେମନ୍ତ। ୧୯୮୬ ମସିହାରୁ ୩୫ ବର୍ଷ ଧରି ରାଜ୍ୟ ତଥା ରାଜ୍ୟ ବାହାରେ ଚୋରି କରୁଥିଲା ହେମନ୍ତ। ଆଉ ଏହାରି ଭିତରେ ୫୦୦ ଜାଗାରେ ପ୍ରାୟ ୫ କୋଟି ଟଙ୍କା ଜିନିଷ ଚୋରି କରିଛିତ। କୋଟି କୋଟି ଟଙ୍କା ଚୋରି କରିଥିଲେ ବି ତା’ ଆକାଉଣ୍ଟରୁ ମାତ୍ର ୧୪୦୦ ଟଙ୍କା ଥିବା ପୁଲିସ୍ ଜାଣିବାକୁ ପାଇଛି। କାରଣ ସେ ନଗଦ ଟଙ୍କାରେ ସବୁ କାରବାର କରୁଥିବା କମିଶନରେଟ୍ ପୁଲିସ୍ ସୂଚନା ଦେଇଛି। ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ହେମନ୍ତ ବିଜେବି କଲେଜର ଛାତ୍ର ଥିଲା। କଲେଜରେ ଗଣ୍ଡଗୋଳ ଘଟଣାରେ ୮୦ ଦଶକରେ ତାକୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ଜେଲରେ ସେ ଚୋର ସହ ସମ୍ପର୍କ ସ୍ଥାପନ କରିଥିଲା। ଜେଲରୁ ବାହାରିବା ପରେ ସେ ଘରେ ପଶି ଚୋରି କରିବା ଆରମ୍ଭ କରିଥିଲା। କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ସେ ପାଖାପାଖି ୫୦୦ ଚୋରି କରିଛି। ସେ ବଡ଼ ବଡ଼ ହୋଟେଲରେ ରହି ଅଏସ କରୁଥିଲା। କେବଳ ୟୁପିଡି ଭୁବନେଶ୍ୱରରେ ତା’ ନାଁରେ ୧୦୦ରୁ ଅଧିକ ଚୋରି ମାମଲା ରହିଛି। ଶେଷଥର ପାଇଁ ୨୦୧୮ରେ ଅପରାଧିକ ମାମଲାରେ ସ୍ପେଶାଲ ସ୍କ୍ୱାଡ୍ ୟୁପିଡି ଭୁବନେଶ୍ୱର ତାକୁ ଗିରଫ କରିଥିଲା। ତା’ ପରେ ଜେଲରୁ ବାହାରିବା ପରେ ସେ ଘରକୁ ନଯାଇ ଅଲଗା ଅଲଗା ଜାଗାରେ ଚୋରି କରୁଥିଲା। ଗତ ବର୍ଷ ପୁରୀରେ ସେ ଧରା ପଡ଼ିଥିଲା। ପୁରୀରେ ଦୁଇ ଦୁଇଥର ଗିରଫ ହେବା ପରେ ଜୁଲାଇ ମାସରେ ଜେଲରୁ ମୁକୁଳିଥିଲା। ଜୁଲାଇ ମାସ ପରେ ଭୁବନେଶ୍ୱରରେ ତିନୋଟି ଚୋରି ମାମଲା ହୋଇଥିଲା। ଜୁଲାଇରେ ଜେଲରୁ ବାହାରିବା ପରେ ସେ ଚନ୍ଦ୍ରଶେଖରପୁର କ୍ଲିନିକରେ, ବଡ଼ଗଡ଼ ଥାନା ଏବଂ କ୍ୟାପିଟାଲ୍ ଥାନା ଅନ୍ତର୍ଗତ ଗୋଟିଏ ଜାଗାରେ ଚୋରି କରିଥିଲା। ଆଉ ଏସବୁଥିରେ ହେମନ୍ତର ସଂପୃକ୍ତି ଥିବା ଆମେ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଲୁ। ତେଣୁ ତାକୁ ଧରିବାକୁ ଆମର ସ୍ପେଶାଲ୍ ସ୍କ୍ୱାଡ୍ ପ୍ରୟାସ ଚଳାଇଥିଲା। ଶେଷରେ କଟକରେ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସେ ଧରାପଡ଼ିଛି। ସେ ଏପର୍ୟ୍ୟନ୍ତ ପାଖାପାଖି ୪ରୁ ୫ କୋଟି ଟଙ୍କାର ଚୋରି କରିଥିବା ଜଣାପଡ଼ିଛି। ଆଉ ସେସବୁ ଟଙ୍କା ଖର୍ଚ୍ଚ କରି ଉଡ଼ାଇ ଦିଏ। ବିଳାସପୂର୍ଣ୍ଣ ହୋଟେଲରେ ରହିବା ସହ ବିଭିନ୍ନ ସଉକ ମଧ୍ୟ ପୂରଣ କରୁଥିଲା। ସେ କଲିକତାରୁ କଲ ଗାର୍ଲ ନେଇ ବଡ ହୋଟେଲ ରେ ରହୁଥିବା ଜଣାପଡ଼ିଛି। ସେ ବିଭିନ୍ନ ଜାଗା ଯଥା ଗ୍ୟାଙ୍ଗଟକ୍, ନୈନିତାଲ, ବିହାର, ଚେନ୍ନାଇ, କୋଲକାତା, ମୁମ୍ବାଇ, ଶିମଲା ଓ ଜମ୍ମୁ-କଶ୍ମୀରରେ ବୁଲି ବୁଲି ଚୋରି କରିଛି। ଆଉ ସେ ଚୋରି ସାମଗ୍ରୀକୁ ବିକି ତାକୁ କ୍ୟାସରେ କାରବାର କରୁଥିଲା। ତା’ ସହ ଆଉ କେହି ସଂପୃକ୍ତ ନଥିଲେ। ସେ ଏକାକୀ ହିଁ ସବୁ ଚୋରି କରୁଥିଲା। ଏଥିପାଇଁ ସେ କ୍ରୋ’ ବାର୍ ମ୍ୟାନ୍ ଭାବେ ପରିଚିତ ଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!