ମାଲକାନଗିରି, (ବାଘୁଆବାର୍ତ୍ତା): ବିପୁଳ ପରିମାଣରେ ଗଞ୍ଜେଇ ଜବତ। ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି। ଏହି ଗାଡ଼ିରୁ ପ୍ରାୟ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚିତ୍ରକୋଣ୍ଡା ପୋଲିସ। ସୂଚନାନୁଯାୟୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଆନ୍ଧ୍ର ପ୍ରଦେଶ ଆନ୍ନାଭରମ ଗ୍ରାମର ଏମ.ବାଲୁ ଏକ ଗାଡିରେ ଯାଉଥିବା ସମୟରେ ପୋଲିସ ଅଟାଇଥିଲା । ପରେ ସନ୍ଦେହ ହେବାରୁ ଗାଡିଟିକୁ ଯାଞ୍ଚ କରିଥିଲା ପୋଲିସ । ତଦନ୍ତ ପରେ ଗାଡିରୁ ୧୫୦୦ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଛି। ଏହାର ବଜାର ମୁଲ୍ୟ ପ୍ରାୟ ଦେଢ କୋଟି ହେବ ବୋଲି ଚିତ୍ରକୋଣ୍ଡା ଏସ.ଡି.ପି.ଓ. କହିଛନ୍ତି । ଏହି ସବୁ ଗଞ୍ଜେଇ ଚିତ୍ରକୋଣ୍ଡାରୁ ଆନ୍ଧ୍ର ପ୍ରଦେଶର ରାଜମେନ୍ଦ୍ରୀକୁ ଚୋରା ଚାଲାଣ କରାଯାଉଥିଲା । ଗଞ୍ଜେଇ କାରବାର ଘଟଣାରେ ସଂପୃକ୍ତ ଥିବା ଆନ୍ଧ୍ର ପ୍ରଦେଶର ଏମ. ବାଲୁ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।






