Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାଷ୍ଟମୀଠାରୁ ଦଶମୀ ଯାଏ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି

by ସଞ୍ଜୟ ସ୍ୱାଇଁ
October 4, 2021
in State
ମହାଷ୍ଟମୀଠାରୁ ଦଶମୀ ଯାଏ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି
104
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ମୌସୁମୀ ବର୍ଷା କାଁ ଭାଁ ହେଉଛି । ଆକାଶ ନିର୍ମଳ ରହିବା ସହ ଧଳା ମେଘ ଖଣ୍ଡ ଦେଖାଦେଉଛି । ଶୁଖିଲା ପାଗ ଯୋଗୁ ସୂର୍ୟ୍ୟକିରଣର ମାତ୍ରା ବଢ଼ିଛି । ବାୟୁର ଆର୍ଦ୍ରତା ବି ଅଧିକ ରହୁଛି । ଟାଣ ଖରା ସହ ଗୁଳୁଗୁଳି ଲାଗୁଛି । ଦିନବେଳା ଏହି ତାପମାତ୍ରା ବୃଦ୍ଧିର କାରଣ ହେଉଛି ଅକ୍ଟୋବର ହିଟ୍‌ । ଆସନ୍ତା ଦୁଇ ସପ୍ତାହ ଯାଏ ମୌସୁମୀ ପ୍ରତ୍ୟାବର୍ତ୍ତନର ସଙ୍କେତ ମିଳୁନି । ମହାଷ୍ଟମୀଠାରୁ ଦଶମୀ ଯାଏ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହା ପୂର୍ବାନୁମାନ କରିଛନ୍ତି । ତେବେ ସୋମବାର ରାଜ୍ୟର ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଡ. ପଶୁପାଳକ କହିଛନ୍ତି, ଆସନ୍ତା ୯ ସୁଦ୍ଧା ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ପାଗ ଶୁଖିଲା ରହିବ । ମହାରାଷ୍ଟ୍ର ଓ ସଂଲଗ୍ନ ଦକ୍ଷିଣ ଗୁଜୁରାଟରୁ ପଶ୍ଚିମବଙ୍ଗ ଯାଏ ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ଥିବା ରାଜ୍ୟ ଓ ଉତ୍ତର ପୂର୍ବ ରାଜ୍ୟରେ ଆଉ ଦୁଇ ସପ୍ତାହ ପର୍ୟ୍ୟନ୍ତ ମୌସୁମୀ ପ୍ରତ୍ୟାବର୍ତ୍ତନର ସଙ୍କେତ ମିଳୁନି । ଆସନ୍ତା ୮ରୁ ୧୦ ତାରିଖ ଭିତରେ ଭୁବନେଶ୍ୱର ସମେତ କେନ୍ଦ୍ରୀୟ ଓ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦ୍ରୀୟ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୨ଡିଗ୍ରୀ ଯାଏ ବଢ଼ିବ । କେନ୍ଦ୍ରୀୟ ଉପକୂଳ ଓଡିଶାରେ ରାତି ତାପମାତ୍ରା ୧ଡିଗ୍ରୀରୁ ୧.୫ ଡିଗ୍ରୀ ପାଣିପାଗ ଚାଷୀମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଧାନ କିଆରୀରେ ପାଣି ବାନ୍ଧି ରଖନ୍ତୁ । ଏହି ସମୟରେ ଧାନ ଫସଲରେ ପାଣି ଓ ଖାଦ୍ୟସାରର ଆବଶ୍ୟକତା ଅଧିକ ଥାଏ । ସଞ୍ଚାର ଆସିଥିଲେ ୟୁରିଆ ସାର ପ୍ରୟୋଗ କରନ୍ତୁ । ରବି ଅଣଧାନ ଫସଲ ଲଗାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!