Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିପିଲି ଉପନିର୍ବାଚନର ଫଳାଫଳ ଘୋଷଣା ପରେ ବିଜେପି-ବିଜେଡି କର୍ମୀ ହାତାହାତି, ଜଣେ ଗୁରୁତର

by ସଞ୍ଜୟ ସ୍ୱାଇଁ
October 4, 2021
in State
ପିପିଲି ଉପନିର୍ବାଚନର ଫଳାଫଳ ଘୋଷଣା ପରେ ବିଜେପି-ବିଜେଡି କର୍ମୀ ହାତାହାତି, ଜଣେ ଗୁରୁତର
192
VIEWS
Share on FacebookShare on Twitter

ବଳଙ୍ଗା, (ବାଘୁଆବାର୍ତ୍ତା): ପିପିଲି ଉପନିର୍ବାଚନର ଫଳାଫଳ ଘୋଷଣା ପରେ ରବିବାର ସନ୍ଧ୍ୟାରେ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ଜଣେ ଗୁରୁତର ଆହତ ହୋଇ ପିପିଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୨ଟି ବାଇକ୍‌ ଭାଙ୍ଗିଛି । ଏନେଇ ବଳଙ୍ଗା ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଥାନା ଅନ୍ତର୍ଗତ ଚନ୍ଦ୍ରାଦେଇପୁର ଗ୍ରାମର ନରହରୀ ସେଠୀ (୬୪) ବଳଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସନ୍ଧ୍ୟା ୭ଟା ସମୟରେ ସେ ତାଙ୍କ ଗ୍ରାମର ପ୍ରମୋଦ ପ୍ରଧାନଙ୍କ ସହ ୨ଟି ବାଇକ୍‌ ଯୋଗେ ପିପିଲିରୁ ଘରକୁ ଫେରୁଥିଲେ । ହଠାତ୍‌ କମାକନ୍ତିଆ ଠାରେ ବିଜେପି ବିଧାୟକ ପାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ବାରିପଟୁ ଏହି ଥାନା ଅନ୍ତର୍ଗତ ବିରାଟ ସାହିର ସନ୍ତୋଷ ବିଶ୍ୱାଳ, ଜୋପନ ଗ୍ରାମର ରାଜକିଶୋର ମହାରଣା, ଅଲାରପୁର ଗ୍ରାମର ଅଶ୍ୱିନୀ କୁମାର ସାହୁ ହାତରେ ଲୁହାରଡ୍‌ ଓ ଖଣ୍ଡା ଧରି ନରେନ୍ଦ୍ର ଏବଂ ପ୍ରମୋଦଙ୍କୁ ଆକ୍ରମଣ କରିଥିଲେ । ଏହାସହ ନରେନ୍ଦ୍ରଙ୍କ ବାଇକ (ଓଡି୩୩ୟାଇ-୧୧୧୨) ଓ ପ୍ରମୋଦଙ୍କ ବାଇକ(ଓଡି୧୩ବି-୫୨୨୧)କୁ ଭାଙ୍ଗି ଦେଇଥିଲେ । ଦୁର୍ବୃତ୍ତମାନେ ନରେନ୍ଦ୍ରଙ୍କ ପାଖରେ ଥିବା ୫ହଜାର ଟଙ୍କାକୁ ମଧ୍ୟ ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଆକ୍ରମଣରେ ନରେନ୍ଦ୍ର ସାମାନ୍ୟ ଆହତ ହୋଇଥିଲାବେଳେ ପ୍ରମୋଦଙ୍କ ମୁଣ୍ଡ, ହାତରେ ଗୁରୁତର ଆଘାତ ଲାଗିଛି । ଆକ୍ରମଣକାରୀ ମାନେ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ପୁନର୍ବାର ଆଶ୍ରିତଙ୍କ ବାଡିକୁ ଚାଲିଯିବା ପରେ ପଛରେ ଆସୁଥିବା କିଛି ଲୋକ ନରେନ୍ଦ୍ର ଓ ପ୍ରମୋଦଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ସେହିଭଳି କମାକନ୍ତିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ବଳଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସନ୍ଧ୍ୟାରେ ସେ ଆଶ୍ରିତଙ୍କ ଘରକୁ ଯାଉଥିବା ସମୟରେ ଗେଟ ସାମ୍ନାରେ ନରେନ୍ଦ୍ର, ନରେନ୍ଦ୍ର ସ୍ୱାଇଁ, ପ୍ରମୋଦ, ଟୁଟୁ ସ୍ୱାଇଁ, ଲିପୁ ସ୍ୱାଇଁ, ଆଦିତ୍ୟ ପ୍ରସାଦ ଭୋଳ ପ୍ରମୁଖ ୩ଟି ବାଇକରେ ଆସି ହଠାତ ପୂର୍ଣ୍ଣଚନ୍ଦ୍ରଙ୍କୁ ନିର୍ବାଚିତ ଫଳାଫଳକୁ ନେଇ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେ ପିନ୍ଧିଥିବା ଏକ ସୁନା ଚେନକୁ ମଧ୍ୟ ଲୁଟି ନେଇଥିଲେ । ଗଲାବେଳେ ଆଗାମୀ ୧୫ଦିନ ମଧ୍ୟରେ ବମ୍‌ ପକାଇ ଆଶ୍ରିତଙ୍କୁ ହତ୍ୟା କରିଦେବୁ ବୋଲି ଧମକ ଦେଇ ଚାଲିଯାଇଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ବଳଙ୍ଗା ଥାନାରେ ୨ଟି ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ପୃଷ୍ଟି କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!