ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଶ୍ରୀ ଷଡ଼ଙ୍ଗୀ ୨ ଦିନ ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ଆଣ୍ଟିଜେନ୍ ଟେଷ୍ଟ କରିବା ପରେ ନେଗେଟିଭ୍ ରିପୋର୍ଟ ଆସିଥିଲା । ସିଟି ସ୍କାନ ରିପୋର୍ଟ ଦେଖିବା ପରେ ଡାକ୍ତର ତାଙ୍କୁ ଆର୍ଟିପିସିଆର୍ ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ । ରବିବାର ସକାଳେ ନମୁନା ସଂଗ୍ରହ ହୋଇଥିବା ବେଳେ ଅପରାହ୍ନରେ ପଜିଟିଭ ରିପୋର୍ଟ ଆସିଥିଲା । ଉତ୍ତମ ଚିକିତ୍ସା ପାଇଁ ବାଲେଶ୍ୱର ହସ୍ପିଟାଲ ଚିକିତ୍ସା ଅଧିକାରୀ ପରାମର୍ଶକ୍ରମେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କୋଭିଡ୍ ଟେଷ୍ଟ କରାଇ ନେବାକୁ ସେ ଟ୍ୱିଟ୍ ଯୋଗେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଯୋଗେ ସାଂସଦଙ୍କ ଆଶୁ କାମନା କରିଛନ୍ତ।






