ମୁନିଗୁଡ଼ା, (ବାଘୁଆବାର୍ତ୍ତା): ଗଞ୍ଜେଇ ଚୋରାଚାଲାଣ ବେଳେ ଗୁଣୁପୁର ଅବକାରି ବିଭାଗ ଚଢାଉ। ୧୫୦ କେଜି ଗଂଞ୍ଜେଇ ଜବତ ହୋଇଛି। ଏଥିରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୁଣୁପୁର ଅବକାରି ବିଭାଗ । ଗିରଫ ଅଭିଯୁକ୍ତ ହେଲେ ରଘୁନାଥ ମାଝି। ଅଭିଯୁକ୍ତ ଜଣକ ଘର ପଦ୍ମପୁର ଥାନା ଅଞ୍ଚଳର ପାରିମା ଗ୍ରାମ ବୋଲି ଜଣାପଡିଛି। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବୋଲି ଅବକାରି ବିଭାଗ ପକ୍ଷରୁ ସୁଚନା ମିଳିଛି। ଜବତ ଗଞ୍ଜେଇକୁ ଗୋଟିଏ ଜାଗାରେ ଠୁଳ କରି ବାହାର ରାଜ୍ୟକୁ ଚାଲାଣ କରିବା ସକାଶେ ରଖିଥିଲେ। ଅବକାରୀ ବିଭାଗ ବିଶେଶ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଅବକାରି ବିଭାଗ ।






