Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଣ୍ଟରନେଟ ଅଭାବରୁ ଲୋକେ ପାହାଡ଼ ଉପରେ ନେଲେ ଟିକା

by ସଞ୍ଜୟ ସ୍ୱାଇଁ
October 3, 2021
in Health, State
ଇଣ୍ଟରନେଟ ଅଭାବରୁ ଲୋକେ ପାହାଡ଼ ଉପରେ ନେଲେ ଟିକା
46
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ସାଧାରଣ ଲୋକଙ୍କୁ ଟିକା ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି। କିନ୍ତୁ ଭିତ୍ତିଭୂମି ଓ ଇଣ୍ଟରନେଟ ଅଭାବରୁ ଲୋକେ ପାହାଡ଼ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଯୋଡ଼ା ବ୍ଲକ୍ ବଡ଼ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରି ଗାଁରେ। ଟେଲିକମ୍ ଟାୱାର ଓ ଇଣ୍ଟରନେଟ୍ ସେବା ଅଭାବରୁ ଓଡ଼ିଶାର ହଜାର ହଜାର ଗାଁରେ ସର୍ବନିମ୍ନ ସେବା ବ୍ୟାହତ ହୋଇଛି। ଅନଲାଇନ ପାଠପଢ଼ା ଠାରୁ ଆରମ୍ଭ କରି ଟିକାକରଣ, ବ୍ୟାଙ୍କ ସେବା ଆଦିରୁ ବହୁ ଲୋକ ବଞ୍ଚିତ ହୋଇଛନ୍ତି। ଇଣ୍ଟରନେଟ ସେବା ନଥିବା ସତ୍ତ୍ୱେ ଗ୍ରାମବାସୀଙ୍କ ଆତୁର ନିବେଦନ ଆଗରେ ମୁଣ୍ଡ ନୁଆଁଇ ପିଢ ପୋଖରି ଗାଁରେ ଟିକାକରଣ ପାଇଁ ବ୍ୟବସ୍ଥା କରିଥିଲେ। ହେଲେ ଇଣ୍ଟରନେଟ ଖୋଜି ଖୋଜି ଶେଷରେ ଡେବରା ଡିହି ପାହାଡ଼ ଉପରେ ଟିକାକରଣ କରାଯାଇଥିଲା। ଏହି ଟିକାକରଣରେ ଯୋଡା ବ୍ଲକର ପିଢ ପୋଖରି, ବାଂଶପାଳ ବ୍ଲକର ଉପର କାଦକଳା/ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ ମିଶିସା, ସିମିରଦା, କଦଳିଆ ଓ କିଆକୁଦର ଗାଁର ୩୦୦ ଲୋକ ଟିକା ନେଇଥିଲେ। ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଛି ଜାଣି ନ ଥିବା ଫୋନରେ କହିଥିବା ବେଳେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏଲକେ ସିଂଙ୍କ କହିବା ଅନୁଯାୟୀ ଲୋକଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ଏ ପରି କରାଯାଇଥିଲା। ପାହାଡ଼ର ୧କିମି ଦୂରରେ ଏକ କମ୍ୟୁନିଟି ଘରକୁ ଅସ୍ଥାୟୀ ରହଣି ସ୍ଥଳ ପାଇଁ ବ୍ୟବହାର କରାଯାଇଥିଲା। ତେବେ ଏପରି ଦୁର୍ଗମ ଜାଗାରେ ଟିକାକରଣ ବେଳେ ଯଦି କିଛି ଅଘଟଣ ଘଟି ଥାଆନ୍ତା ତେବେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!