Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୟସ ସମସ୍ୟା ଯୋଗୁଁ ସ୍କୁଲରେ ନାମ ଲେଖା ହୋଇ ନପାରିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡଙ୍ଗରିଆ ଛାତ୍ର

by ସଞ୍ଜୟ ସ୍ୱାଇଁ
October 3, 2021
in State
ବୟସ ସମସ୍ୟା ଯୋଗୁଁ ସ୍କୁଲରେ ନାମ ଲେଖା ହୋଇ ନପାରିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡଙ୍ଗରିଆ ଛାତ୍ର
60
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ପାଠ ପଢ଼ିବାକୁ ସ୍କୁଲରୁ ସ୍କୁଲକୁ ଘୂରି ବୁଲୁଛନ୍ତି। ବୟସ ସମସ୍ୟା ଯୋଗୁଁ ନାମ ଲେଖାଇ ପାରୁନାହାନ୍ତି। ବହୁ ଚେଷ୍ଟା କରି ନିରାଶ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡଙ୍ଗରିଆ ଛାତ୍ର ସିନା କାଡ଼୍ରାକା। ନିବେଦନ କରିଛନ୍ତି ନାମ ଲେଖାଇବା ସହ ହଷ୍ଟେଲ୍ ସୁବିଧା ଓ ବହିପତ୍ର ଯୋଗାଇ ଦେବାକୁ। ମୁନିଗୁଡ଼ା ବ୍ଲକ୍ ଅମ୍ବାଦଳା ଥାନା ସେରକପାଡ଼ି ଗ୍ରାମର ଛାତ୍ର ସିନା କାଡ଼୍ରକା। ୨୦୧୮ ମସିହାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରାବାଲିରୁ ଅଷ୍ଟମ ପାସ୍ କରିଥିଲେ। ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଖରା ଛୁଟିରେ ଦାଦନ ଖଟିବାକୁ ଗୁଜୁରାଟ ଚାଲି ଯାଇଥିଲେ। ସ୍କୁଲ୍ ଖୋଲିବା ପରେ ଗାଁକୁ ଫେରିବାକୁ ଚାହିଁଥିଲେ ମଧ୍ୟ କମ୍ପାନି ମାଲିକ ନ ଛାଡ଼ିବାରୁ ଘରକୁ ଫେରିପାରିନଥିଲେ। ଫଳରେ ୨୦୨୦ ଶିକ୍ଷାବର୍ଷରେ ନାମ ଲେଖାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କରୋନା କଟକଣା ଯୋଗୁଁ ସ୍କୁଲ୍ ବନ୍ଦ ରହିଥିବାରୁ ନାମ ଲେଖାଇ ପାରିନଥିଲେ। ସ୍କୁଲ୍ ଖୋଲିବା ପରେ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛା ପ୍ରକାଶ କରି ସିନା ମୁନିଗୁଡ଼ା ବ୍ଲକ୍‌ର ବିଭିନ୍ନ ସ୍କୁଲକୁ ଯାଇଥିଲେ। କିନ୍ତୁ ସରକାରୀ ଗାଇଡ୍‌ଲାଇନ୍ ସିନାଙ୍କ ପାଠପଢ଼ାରେ ବାଧକ ସାଜିଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା ସିନାଙ୍କୁ ୧୮ ବର୍ଷ ପୂରି ଯାଇଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷ ନାମ ଲେଖାଇବାକୁ ମନା କରି ଦେଇଥିଲେ। ବହୁ ଚେଷ୍ଟା ସତ୍ତ୍ବେ ସିନା ସ୍କୁଲରେ ନାମ ଲେଖାଇ ପାରୁନଥିବାରୁ ବାପା ଟିମା କାଡ଼୍ରକା ଶେଷରେ ବିଷମକଟକ ବ୍ଲକ୍ ସାହାଡ଼ା ସରକାରୀ ହାଇସ୍କୁଲକୁ ଯାଇଥିଲେ। ପ୍ରଧାନଶିକ୍ଷକଙ୍କୁ ସାକ୍ଷାତ କରି ନାମ ଲେଖାଇବାକୁ ନିବେଦନ କରିଥିଲେ। କିନ୍ତୁ ୧୯ ବର୍ଷୀୟ ସିନା ନବମ ଶ୍ରେଣୀରେ ପାଠ ପଢ଼ିବା ସମ୍ଭବ ନଥିବା ପ୍ରଧାନଶିକ୍ଷକ କହିଥିଲେ। ବାପା ଟିମା ବହୁବାର ନିବେଦନ କରିବା ପରେ ସାହାଡ଼ା ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଗଷ୍ଟ ୧୯ ତାରିଖରେ ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ମାଗିଥିଲେ। କିନ୍ତୁ ଅନୁମତି ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନିକଟରେ କ୍ଷମତା ନଥିବାରୁ ଅଗଷ୍ଟ ୨୩ରେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ। ହେଲେ ବିଭାଗ ପକ୍ଷରୁ ଏଯାବତ୍ ଚିଠିର କୌଣସି ଉତ୍ତର ମିଳିନଥିବାରୁ ସିନା ପାଠ ପଢ଼ିବା ପାଇଁ ୪ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପାଠ ପଢ଼ିବାକୁ ଚାହୁଥିବା ସାହାଡ଼ା ହାଇସ୍କୁଲର ଦୂରତା ନିଜ ଗାଁ ସେରକପାଡ଼ିରୁ ୪୫ କିମି ହୋଇଥିବାରୁ ହଷ୍ଟେଲ୍ ସୁବିଧା ସହ ବହିପତ୍ର ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ସିନା ଗାଁଠୁ ୧୦ କିମି ଦୂରରେ ଥିବା ପାତ୍ରଗୁଡ଼ା ଗ୍ରାମର ବୃନ୍ଦାବନ ବିଦ୍ୟାପୀଠକୁ ଯାଇ ପଢ଼ାପଢ଼ି କରୁଛନ୍ତି। ଏ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀଙ୍କୁ ପଚାରିବାରୁ ୧୮ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀଙ୍କୁ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଗାଇଡ୍‌ଲାଇନ୍ ନାହିଁ। ତଥାପି ସିନାକୁ ନବମ ଶ୍ରେଣୀରେ ପଢ଼ାଇବା ପାଇଁ ଅନୁମତି ଦେବାକୁ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଚିଠି ଲେଖିଛନ୍ତି। ଯଦି ଅନୁମତି ମିଳେ ତେବେ ସିନାର ପାଠ ପଢ଼ିବାରେ କୌଣସି ଅସୁବିଧା ରହିବ ନାହିଁ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!