Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଗାନ୍ଧୀଜୀ ଇନ୍ ଓଡ଼ିଶା’ ସଂସ୍କରଣକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଲୋକାର୍ପିତ କରିଛନ୍ତି

by ସଞ୍ଜୟ ସ୍ୱାଇଁ
October 3, 2021
in State
‘ଗାନ୍ଧୀଜୀ ଇନ୍ ଓଡ଼ିଶା’ ସଂସ୍କରଣକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଲୋକାର୍ପିତ କରିଛନ୍ତି
32
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତଥା ‘ଗାନ୍ଧୀଜୀ ଏବଂ ଓଡ଼ିଶା’ ଶୀର୍ଷକ ଆଲୋଚନା ଚକ୍ର ଶନିବାର ଦିନ ଜୟଦେବ ଭବନଠାରେ ଉଭୟ ମଞ୍ଚ ଓ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୯୭୦ ମସିହାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଇଂରାଜୀ ଭାଷାରେ ପ୍ରକାଶିତ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ସମ୍ପର୍କିତ ପୁସ୍ତକ ‘ଗାନ୍ଧୀଜୀ ଇନ୍ ଓଡ଼ିଶା’ ସଂସ୍କରଣକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଲୋକାର୍ପିତ କରିଛନ୍ତି। ଜୟଦେବ ଭବନରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍‌ଘାଟନ କରି କହିଥିଲେ, ଗାନ୍ଧୀଜୀଙ୍କର ଓଡ଼ିଶା ସହ ଭାବଗତ ସମ୍ପର୍କ ରହିଥିଲା। ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ଓଡ଼ିଶାବାସୀଙ୍କୁ ଧନ୍ୟ କରିଛି। ତାଙ୍କର ବିଚାରଧାରାକୁ ଆଜିର ଉତ୍ତରପିଢ଼ିଙ୍କ ସହ ଯୋଡ଼ିବାକୁ ସଂକଳ୍ପ ନେବାର ସମୟ ଆସିଛି। ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ଲେନିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଗାନ୍ଧୀଜୀ ଇନ୍ ଓଡ଼ିଶା’ ପୁସ୍ତକରେ ଗାନ୍ଧୀଜୀଙ୍କର ଓଡ଼ିଶା ସହ ରହିଥିବା ସମ୍ପର୍କ, ଓଡ଼ିଶାବାସୀଙ୍କ ଗାନ୍ଧୀଜୀଙ୍କ ପ୍ରତି ଆତିଥେୟତା, ଓଡ଼ିଶାବାସୀଙ୍କୁ ଭଲ ପାଇବା ଓ ତାଙ୍କର ଅଭିଳଷିତ ଓଡ଼ିଶା ଏବଂ ଭାରତ ବର୍ଷର ସ୍ବପ୍ନ ଉପରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କାର୍ୟ୍ୟକ୍ରମରେ ସଭାପତିତ୍ବ କରି କହିଥିଲେ, ଗାନ୍ଧୀଜୀ ବାସ୍ତବରେ ଜଣେ ମହାପୁରୁଷ ଓ ସନ୍ଥ। ତାଙ୍କର ଚିନ୍ତାଧାରା ଆମ ସମୟର ଓ ସେ ସମୟର ବ୍ୟକ୍ତିମାନଙ୍କର ଚିନ୍ତାଠାରୁ ଉର୍ଦ୍ଧ୍ବରେ ଥିଲା। ଗାନ୍ଧୀଜୀଙ୍କ ଚିନ୍ତନ ଓ ଦର୍ଶନ ଆମ ଗଣତନ୍ତ୍ରକୁ ପରିପୁଷ୍ଟ କରିଛି। ଏଥିରେ ବହୁ ଗାନ୍ଧୀ ପୁସ୍ତକର ଲେଖକ ଗୌରାଙ୍ଗ ଚରଣ ପରିଡ଼ା ମୁଖ୍ୟ ବକ୍ତା, ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ତଥା ସ୍ତମ୍ଭକାର ପ୍ରହ୍ଲାଦ କୁମାର ସିଂହ ଅତିଥି ବକ୍ତା ଭାବେ ଯୋଗଦେଇ ଗାନ୍ଧୀଜୀଙ୍କର ଓଡ଼ିଶା ସହ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବାବେଳେ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ସହକାରୀ ନିର୍ଦ୍ଦେଶକ (‌କ୍ଷେତ୍ର) ସୂଚେତା ପ୍ରିୟଦର୍ଶିନୀ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!