Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଷ୍ପତ୍ତି ବଦଳାଇଲେ କେନ୍ଦ୍ର ସରକାର: ପଞ୍ଜାବ, ହରିୟାଣାରେ ଆଜିଠାରୁ ଧାନକ୍ରୟ

by ସଞ୍ଜୟ ସ୍ୱାଇଁ
October 3, 2021
in Feature News
ନିଷ୍ପତ୍ତି ବଦଳାଇଲେ କେନ୍ଦ୍ର ସରକାର: ପଞ୍ଜାବ, ହରିୟାଣାରେ ଆଜିଠାରୁ ଧାନକ୍ରୟ
78
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ହରିୟାଣା ଏବଂ ପଂଜାବରେ ଆଜିଠାରୁ ଖରିଫ୍‌ ଶସ୍ୟ କ୍ରୟ ଆରମ୍ଭ ହେବ। କେନ୍ଦ୍ର ସରକାର ଏ ନେଇ ଶନିବାର ପ୍ରତିଶ୍ରୁତି ଦେଇଛନ୍ତି। ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ଏବଂ ଉପ ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲାଙ୍କ ସହ ଏକ ବୈଠକ କରିବାପରେ ଏହି ନିଷ୍ପତ୍ତି ଶୁଣାଣଇଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ଚଳିତ ମୌସୁମୀ ବର୍ଷାରେ ବିଳମ୍ବ ଯୋଗୁଁ ଏବଂ ନିକଟରେ ପ୍ରବଳ ବର୍ଷା ହୋଇଥିବାରୁ ଶସ୍ୟଗୁଡ଼ିକ ଭଲଭାବେ ବନିବାପାଇଁ ଅଧିକ ସମୟ ଲାଗିଥାନ୍ତା। ତେଣୁ ସରକାର ଖରିଫ ଶସ୍ୟ କ୍ରୟ କିଛି ଦିନ ପାଇଁ ସ୍ଥଗିତ ରଖିଥିଲେ। କିନ୍ତୁ ଶୀଘ୍ର ଖରିଫ କ୍ରୟ ପାଇଁ ଦାବି ହେବାରୁ ନିଷ୍ପତ୍ତି ବଦଳିଲା। ଆଜିଠାରୁ ପଂଜାବ ଏବଂ ହରିୟାଣାରେ ଧାନ କ୍ରୟ ଆରମ୍ଭ ହେବ ବୋଲି‌ ସେ କହିଛନ୍ତି। କେନ୍ଦ୍ର ସରକାର ପଂଜାବ ଏବଂ ହରିୟାଣାରେ ଖରିଫ୍‌ କ୍ରୟକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ପ୍ରବଳ ବର୍ଷା ଯୋଗୁଁ ଶସ୍ୟଗୁଡ଼ିକ ସଠିକ୍‌ ଭାବେ ପାଗ ହୋଇନଥିବାରୁ ସରକାର ଖରିଫ କ୍ରୟ ସ୍ଥଗିତ ରଖିଥିଲେ। କିନ୍ତୁ ଚାଷୀମାନେ ଏହାର ପ୍ରବଳ ବିରୋଧ କରିଥିଲେ। କେନ୍ଦ୍ର ସରକାର ପଂଜାବ ଏବଂ ହରିୟାଣାରେ ଧାନ କ୍ରୟ ସ୍ଥଗିତ ରଖିବାପରେ ପଂଜାବ ଏବଂ ହରିୟାଣାରୁ ହଜାର ହଜାର ସଂଖ୍ୟାରେ ଚାଷୀ ଶନିବାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!