ସଫେଇ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମନ୍ତ୍ରୀ ଡ. ସାହୁ
ନୟାଗଡ଼,(ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଗାନ୍ଧୀ ଜୟନ୍ତିଠାରୁ ସେପ୍ଟମ୍ବର ୨ ତାରିଖ ସାମାଜିକ କାର୍ଯ୍ୟକ୍ରମ କରାଯିବ । ଏହି ଅବସରରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଇଟାମାଟିଠାରେ ଏହି ସାମାଜିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମ ଉଦଘାଟନ ପରେ ଉକ୍ତ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଚାଲିଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ଶ୍ରବଣ ରାମ, ଭାଗିରଥି ବାଇଙ୍କ ସମେତ ବହୁ ବିଜେଡି ନେତୃତ୍ୱ ସାମିଲ ହୋଇଥିଲେ । ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ପୈାର କର୍ମଚାରୀ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।






