ବାରିପଦା, (ବାଘୁଆବାର୍ତ୍ତା): ଦୀର୍ଘ ୫ ଘଣ୍ଟାର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ। ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଟେମ୍ବତଲା ଗାଁରେ ଥିବା ଏକ କୂଅ ଭିତରେ ଏକ ହାତୀ ଖସିପଡିଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ହାତୀଟିକୁ ଉଦ୍ଧାର କରିଛି। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଟେମ୍ବତଲା ଗାଁକୁ ୮ଟିକିଆ ହାତୀପଲ ପଶିଆସିଥିଲେ। ଗାଁ ଲୋକେ ହାତୀପଲଙ୍କୁ ଘଉଡାଇବା ବେଳେ ଗୋଟିଏ ହାତୀ ଏକ ୨୦ଫୁଟ୍ ଗଭୀର କୂଅରେ ପଡିଯାଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଜେସିବି ସାହାଯ୍ୟରେ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ତେବେ ହାତୀଟି କୂଅ ଭିତରେ ପଡି ରକ୍ତାକ୍ତ ହୋଇଯାଇଛି।






