ନୟାଗଡ଼, (ବାଘୁଆବାର୍ତ୍ତା): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତା ତୃଣମୂଳ ସ୍ତରୀୟ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଡିଜିଟାଲ ମିଡ଼ିଆର ଅବଦାନ ଅନେକ, ଆମର ପ୍ରିୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ନୟାଗଡ଼ ବ୍ଲକ ଏବଂ ପୌରପରିଷଦ ର ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ମିଳିତ ଭାବେ ଡିଜିଟାଲ ୱର୍କଶପ୍ ଆୟୋଜିତ ହୋଇଯାଇଛି। ଓଡ଼ିଶା ର ବିଜୁ ଯୁବ ଜନତା ଦଳର ଆଇଟି ମୁଖ୍ୟ ଶ୍ରୀଯୁକ୍ତ ସୁବ୍ରତ ଛାଟୋଇ ଏବଂ ଜେନେରାଲ ସେକ୍ରେଟାରୀ ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ନାୟକ ସୋସିଆଲ ମିଡ଼ିଆ ବିଷୟରେ ତାଲିମ୍ ପ୍ରଦାନ କରିଥିଲେ । ନୟାଗଡ଼ ଜିଲ୍ଲାର ବିଜୁ ଯୁବ ଜନତା ସଭାପତି ରମେଶ କୁମାର ସାହୁ ସଭା କୁ ପରିଚାଳନା କରିବା ସହ ଜିଲ୍ଲା ଯୁବ ଉପ ସଭାପତି ରବିନ୍ଦ୍ର କୁମାର ଜେନା, ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ମନୋଜ କୁମାର ନାୟକ, ବ୍ଲକ ଯୁବ ସଭାପତି ଦୁର୍ୟ୍ୟୋଧନ ବେହେରା , ବ୍ଲକ ଡିଜିଟାଲ ସେକ୍ରେଟାରୀ ଆଶୁତୋଷ ଦାସ। ପୌରପରିଷଦ ଯୁବ ସଭାପତି ସତ୍ୟବ୍ରତ ପଟ୍ଟନାୟକ , ଡିଜିଟାଲ ସେକ୍ରେଟାରୀ ଅଜୟ କୁମାର ସାହୁ ଏବଂ ଜିଲ୍ଲା ଛାତ୍ର ସଭାପତି ନୀଳମାଧବ ପଣ୍ଡା , ଉପସଭାପତି ଅମୂଲ୍ୟ ସାହୁ, ଆଦିତ୍ୟ ସାହୁ ଡିଜିଟାଲ ସେକ୍ରେଟାରୀ ପ୍ରଭୁପ୍ରସାଦ ସାହୁ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ । ପ୍ରତି ଗ୍ରାମ ପଞ୍ଚାୟତର ଏବଂ ପୌରପରିଷଦ ର ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ ସେକ୍ରେଟାରୀ ମାନେ ଯୋଗ ଦେଇଥିଲେ। ମନ୍ତ୍ରୀ କର୍ମଶାଳା ରେ ବାର୍ତ୍ତା ରଖିଥିଲେ କିଭଳି ସାମାଜିକ ଗଣ ମାଧ୍ୟମ ଦ୍ଵାରା ସରକାର ଙ୍କ ପ୍ରତିଟି ବିକାଶ ମୂଳକ କାର୍ୟ୍ୟକ୍ରମ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ। ସର୍ବଶେଷରେ ବ୍ଲକ ଯୁବ ସଭାପତି ଦୁର୍ୟ୍ୟୋଧନ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ କିଭଳି ନୟାଗଡ ବ୍ଲକ ସାମାଜିକ ଗଣମାଧ୍ୟମରେ ବିକାଶର ବାର୍ତାକୁ ପ୍ରତି ୱାର୍ଡ଼ ରେ ପହଞ୍ଚିବ ସେଥିପାଇଁ ମନ୍ତ୍ରଣା ଡିଜିଟାଲ ସେକ୍ରେଟାରୀ ମାନଙ୍କୁ ଦେଇଛନ୍ତି ।






