ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଜିଲାସ୍ତରୀୟ ମହାତ୍ମା ଗାନ୍ଧିଜୀ ଓ ଲାଲବାହାଦୂର ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଜାତିର ଜନକ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଫୋଟଚିତ୍ରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ସ୍ମୃତି ଚାରଣ ଉତ୍ସବରେ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ, ଅତିରିକ୍ତ ଜିଲାପାଳ ଅମୀୟ କୁମାର ସାହୁ, ଲିନା କୁମାରୀ ଖେସ, ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାରୀ ସେଠୀଙ୍କ ସମେତ ଜିଲାସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ । ଆୟୋଜିତ କାର୍ୟ୍ୟକ୍ରମରେ ଜିଲାରେ ସ୍ବଚ୍ଛ ଗଞ୍ଜାମ ଓ ସୁନ୍ଦର ଗଞ୍ଜାମ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ମତପୋଷଣ କରିଥିଲେ । ଆଜିର ଦିନରେ ଛତ୍ରପୁର ପୋଲିସ ପକ୍ଷରୁ ସହର ରେ ଟ୍ରାଫିକକୁ ନେଇ ସଚେତନତା କରାଯିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସହରରେ ସଫେଇ କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା ।






