Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋ ସ୍ବାଭିମାନ ଓ ସ୍ବଚ୍ଛ ଗଞ୍ଜାମର ବହୁଳ ପ୍ରଚାର କରି ଜିଲ୍ଲାରୁ ଯେପରି ପ୍ଲାଷ୍ଟିକ୍ ମୁକ୍ତ ହେବ ସେ ଦିଗରେ ପ୍ରୟାସ ଜାରି

by ସଞ୍ଜୟ ସ୍ୱାଇଁ
October 2, 2021
in State
ମୋ ସ୍ବାଭିମାନ ଓ ସ୍ବଚ୍ଛ ଗଞ୍ଜାମର ବହୁଳ ପ୍ରଚାର କରି ଜିଲ୍ଲାରୁ ଯେପରି ପ୍ଲାଷ୍ଟିକ୍ ମୁକ୍ତ ହେବ ସେ ଦିଗରେ ପ୍ରୟାସ ଜାରି
49
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ବଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ୟ୍ୟକ୍ରମ ଶନିବାରଠାରୁ ଆରମ୍ଭ କରାଯାଇଛି । ଏହି ସ୍ବଚ୍ଛତା କାର୍ୟ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମତବ୍ୟକ୍ତ କରିଛନ୍ତି । “ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ” ସ୍ଲୋଗାନ ଦେଇ ଗ୍ରାମ ପଞ୍ଚାୟତ ସ୍ତରଠାରୁ ଆରମ୍ଭ କରି ସହରାଞ୍ଚଳର ସମସ୍ତ ସ୍ଥାନରେ ଶନିବାର ସାମୁହିକ ଶପଥ ପାଠ କରାଯାଇଛି । ଜିଲ୍ଲାପାଳ ଜଣାଇଛନ୍ତି ଯେ, ଅକ୍ଟୋବର ମାସର ପ୍ରତ୍ୟେକ ସୋମବାର ଦିନ ପ୍ଲାଷ୍ଟିକ ମୁକ୍ତ ଏବଂ ଜଳ ସ୍ବଚ୍ଛ ଦିବସ ପାଳନ ହେବ । ଆଜିର ଏହି ପ୍ରଥମ ଦିବସରେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଲି ଏବଂ ଶପଥ ପାଠ କରାଇଥିଲେ । ମୋ ସ୍ବାଭିମାନ ଓ ସ୍ବଚ୍ଛ ଗଞ୍ଜାମର ବହୁଳ ପ୍ରଚାର କରି ଜିଲ୍ଲାରୁ ଯେପରି ପ୍ଲାଷ୍ଟିକ୍ ମୁକ୍ତ ହେବ ସେ ଦିଗରେ ପ୍ରୟାସ ଜାରି ରହିବ । ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ପ୍ଲାଷ୍ଟିକ୍ ବ୍ୟବହାର କମ୍ କରନ୍ତୁ ଏବଂ ଯେଉଁ ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାର ଅପରିହାର୍ୟ୍ୟ ହେଉଛି ତାହାର ବ୍ୟବହାର ପରେ ସେଗୁଡିକର ପରିଚାଳନା ଯେପରି ସଠିକ୍ ହୋଇପାରିବ ସେଥି ନିମନ୍ତେ ତତ୍ପରତା ପ୍ରକାଶ କରନ୍ତୁ । ପୋଖରୀ ଗୁଡିକର ସୌନ୍ଦର୍ୟ୍ୟ ଓ ସଫେଇ କରଣ ଦିଗରେ ଗୋଷ୍ଠୀଗତ ମାନଙ୍କର ସଂପୃକ୍ତି ନିହାତି ଆବଶ୍ୟକ । ସେଥି ନିମନ୍ତେ ପୋଖରୀ କମିଟି ଗଠନ କରାଯାଇ ତାର ପରିଚାଳନା ଦାୟିତ୍ବ ପ୍ରଦାନ କରାଯିବ । ଜନସାଧାରଣଙ୍କର ସହଭାଗିତା ଦ୍ବାରା ହିଁ ଏହି କାର୍ୟ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!