Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲରୁ ମୂଲ୍ୟବାନ ଗଛ କାଟୁଥିବା ବେଳେ ୩ ଫରେଷ୍ଟରଙ୍କୁ ଧରିଲେ ଗ୍ରାମବାସୀ

by ସଞ୍ଜୟ ସ୍ୱାଇଁ
October 2, 2021
in State
ଜଙ୍ଗଲରୁ ମୂଲ୍ୟବାନ ଗଛ କାଟୁଥିବା ବେଳେ ୩ ଫରେଷ୍ଟରଙ୍କୁ ଧରିଲେ ଗ୍ରାମବାସୀ
208
VIEWS
Share on FacebookShare on Twitter

ବାଣପୁର, (ବାଘୁଆବାର୍ତ୍ତା): ଏସିଆ ମହାଦେଶର ସର୍ବବୃହତ୍ତମ ଶାଗୁଆନ ଜଙ୍ଗଲ ବରବରା । ତାହାରି ମଧ୍ୟରେ ବରବରାର ଧୂଆଁନଳୀ ଜଙ୍ଗଲରୁ ବରିଷ୍ଠ ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗଛ କଟାଳୀଙ୍କ ସହାୟତାରେ ବନ କର୍ମଚାରୀମାନେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ କାଟୁଥିଲେ । ଧୂଆଁନଳୀ ଫରେଷ୍ଟର ଓ ତାଙ୍କ ସାଥିରେ କିଛି କର୍ମଚାରୀ ଗଛ କାଟୁଥିବା ସମୟରେ ବନ ବିଭାଗ ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଦସ୍ୟମାନେ ତିନିଜଣ ବନ କର୍ମଚାରୀଙ୍କୁ ଜୋର ଜବରଦସ୍ତ ଭାବେ ଅଟକ ରଖିବା ସହ କାଠ ଫାଳିଆରେ ମାଡ଼ମାରି ଦୀର୍ଘ ସମୟ ଧରି ତଳେ ଆଣ୍ଠେଇ ବସେଇ ଥିଲେ । ତେବେ ବନ ବିଭାଗ କର୍ମଚାରୀମାନେ କାଠ ଚୋରଙ୍କ ସହ ମଧୁ ଚନ୍ଦ୍ରିକା କରି ବେଆଇନ ଭାବେ କାଠ ବେପାର ଚଳାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ବାଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ କର୍ମଚାରୀଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି । ଶୁକ୍ରବାର ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ବାଣପୁର ଅରାଙ୍ଗ ସଂରକ୍ଷିତ ଜଙ୍ଗଲ ଧୂଆଁନଳୀ ବିଟ ଅନ୍ତର୍ଗତ କିଆଗୋରଡା ଗ୍ରାମ ନିକଟରେ କେତେକ ଗଛ କଟାଳୀଙ୍କ ସହାୟତାରେ ସାତ ଜଣ ବନ ବିଭାଗ କର୍ମଚାରୀ ପ୍ରାୟ ୬୦ଫୁଟ ଲମ୍ବ ଓ ୧୦ଫୁଟ ଗୋଲେଇର ଏକ ମୂଲ୍ୟବାନ ଶାଗୁଆନ ଗଛକୁ କାଟୁଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କ ହାବୁଡରେ ପଡ଼ିଥିଲେ । ବନ କର୍ମଚାରୀଙ୍କ ସହ ମଧୁଚନ୍ଦ୍ରିକା କରି କାଠଚୋରମାନେ ଗଛ କାଟୁଥିବା ସନ୍ଦେହ କରି ଗ୍ରାମବାସୀମାନେ ତିନି ଜଣ କର୍ମଚାରୀଙ୍କୁ ଜୋର ଜବରଦସ୍ତି ଭାବେ ଅଟକ ରଖି ତଳେ ଆଣ୍ଠେଇବା ସହ ମାଡ ମାରିଥିଲେ । ଗଛ କଟାଳୀ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଫଳରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ବାଣପୁର ପୁଲିସ ଗ୍ରାମରେ ପହଞ୍ଚି ଅଟକ ତିନି ବନ କର୍ମଚାରୀଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚରା କରିଥିଲେ । ଉକ୍ତ ଗଛଟିକୁ କାଠ ମାଫିଆ କିଛି ଦିନ ତଳେ ପ୍ରାୟ ୮୦ଭାଗ କାଟି ଦେଇଥିବା ବେଳେ ଏହାକୁ ନେଇ ଯିବା ପାଇଁ ଉଚ୍ଚାଧିକାରୀ କାଟିଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଖବର ପାଇ ବାଲୁଗାଁ ରେଞ୍ଜର ପ୍ରତାପ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍‌ ତଦନ୍ତ ଚଳାଇଛନ୍ତି । ଗଛଟି ଶତକଡା ୮୦ଭାଗ ନଷ୍ଟ ହୋଇ ଯାଇଥିବାରୁ ଭବିଷ୍ୟତରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସଂପୃକ୍ତ ଗଛଟିକୁ କାଟିବା ପାଇଁ ନିର୍ଦ୍ଦେଶ ଦେଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ କେତେକ ଗ୍ରାମବାସୀ ସଂଘ ବଦ୍ଧ ଭାବେ ମାଡ଼ମାରି ଜୋର ଜବରଦସ୍ତି ଭାବେ ସେମାନଙ୍କୁ ଅଟକ ରଖିଥିବା ବନ କର୍ମଚାରୀମାନେ ଥାନାରେ ଅଭିଯୋଗ କରିଛନ୍ତି । ଆଉ କେତେକ ଗ୍ରାମବାସୀ ସେମାନଙ୍କୁ ଅସଦାଚରଣ କରିଥିବା ଦୁଇ ଜଣ ମହିଳା ବନ କର୍ମଚାରୀଙ୍କ ସହ ଧୂଆଁନଳୀ ଫରେଷ୍ଟ ଗାର୍ଡ ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପୁଲିସ ତଦନ୍ତ ଚଳାଇବା ସହ କାଠଟିକୁ ଜବତ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!