Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

“ଖଦି” କେବଳ ବସ୍ତ୍ର ନୁହେଁ, ଏକ ବିଚାର”

by ସଞ୍ଜୟ ସ୍ୱାଇଁ
October 2, 2021
in Feature News
“ଖଦି” କେବଳ ବସ୍ତ୍ର ନୁହେଁ, ଏକ ବିଚାର”
62
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):‘ଖଦି’ କେବଳ ବସ୍ତ୍ର ନୁହେଁ, ଏକ ବିଚାର । ଖଦି ହେଉଛି ଆମର ସ୍ୱାଭିମାନ । ଗାନ୍ଧିଜୀଙ୍କର ପ୍ରମୁଖ ଆଦର୍ଶ ମଧ୍ୟରେ ଚରଖାର ବ୍ୟବହାର ଓ ଖଦୀ ବସ୍ତ୍ର ଉତ୍ପାଦନ ଅନ୍ୟତମ ଥିଲା । ଆଜିବି ଗାନ୍ଧିଜୀଙ୍କର ସ୍ୱଦେଶୀ ଭାବନା, ଖଦୀ ବସ୍ତ୍ରର ବ୍ୟବହାର ପ୍ରାସଙ୍ଗିକତା ହୋଇ ରହିଛି । ଏବେ ବି ଆମ ରାଜ୍ୟର ଲକ୍ଷ ଲକ୍ଷ ବୁଣାକାର ହସ୍ତତନ୍ତ ବ୍ୟବହାର କରି ନିଜକୁ ଆର୍ଥିକ ସ୍ୱାବଲମ୍ବୀ କରୁଛନ୍ତି । ଏହି ଆଧାରରେ ସମସ୍ତଙ୍କୁ ଖଦି ପ୍ରସ୍ତୁତ ବସ୍ତ୍ର ହେଉ ବା ଖଦି ପ୍ରସ୍ତୁତ ଯେକୋଣସି ଉତ୍ପାଦ ହେଉ, ବ୍ୟବହାର କରିବାକୁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ଫଳରେ ଆମ ରାଜ୍ୟର ବୁଣାକାରମାନଙ୍କୁ ସହାୟତା ମିଳିବ ଓ ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ । ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ତରଫରୁ ଭୁବନେଶ୍ୱର ସ୍ଥିତ ଖଦିବୋର୍ଡ କାର୍ଯ୍ୟାଳୟର ପରିସରରେ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଗାନ୍ଧି ଜୟନ୍ତୀ ସମାରୋହରେ ଯୋଗଦେଇ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି । ପ୍ରାରମ୍ଭରେ ଅତିଥିମାନେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥିଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଭୁବନେଶ୍ୱର ବିଧାୟକ (ମଧ୍ୟ) ଶ୍ରୀ ଅନନ୍ତ ନାରାୟଣ ଜେନା, ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଗାନ୍ଧିବାଦୀ ପ୍ରବକ୍ତା ତଥା ସ୍ତମ୍ଭକାର ଶ୍ରୀ ପ୍ରଲ୍ଲାଦ ସିଂହ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଜାତିରଜନକ ମହାତ୍ମାଗାନ୍ଧିଙ୍କ ସତ୍ୟ, ଅହିଂସା ଓ ସତ୍ୟାଗ୍ରହ ଉପରେ ଆଲୋକପାତ କରିବା ସହିତ ସମସ୍ତେ ଖଦି ବ୍ୟବହାର କଲେ ଗାନ୍ଧିଜୀ ସମସ୍ତଙ୍କ ଭିତରେ ବଂଚି ରହିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ସିଂହ ତାଙ୍କ ବକ୍ତବ୍ୟରେ ଗାନ୍ଧି ଦର୍ଶନ, ଆଦର୍ଶ ତଥା ଖଦୀ ଓ ଗ୍ରାମୀଣ ଅର୍ଥନୀତି ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଖଦି ବୋର୍ଡର ଅଧ୍ୟକ୍ଷ ଶ୍ରୀ ପାଇକରାୟ କହିଲେ ଯେ, ରାଜ୍ୟରେ ଖଦି ବୋର୍ଡକୁ ୨ କୋଟି ଟଙ୍କାର ଆର୍ଥିକ ସହଯୋଗ ମିଳିଛି, ଯାହାକି ୧୭ଟି ସୋସାଇଟିର ୨୦୦୦ରୁ ଅଧିକ ବୁଣାକାରଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ରାଜ୍ୟରେ ଉକ୍ରଳ ଖଦି ଭବନ ସ୍ଥାପନ ପାଇଂ ମଂଜୁରୀ ଲାଭ କରିଛି । ଫଳରେ ବୁଣାକାର, କଳାକାର ଓ ଶିଳ୍ପୀମାନଙ୍କ ସାମଗ୍ରୀ ବିକ୍ରୟ ହୋଇପାରିବ । ପୁରୀରେ ଶ୍ରୀକ୍ଷେତ୍ର ଖଦି ଭବନ ସ୍ଥାପନ ପାଇଁ ମଂଜୁରୀ ଅପେକ୍ଷାରେ ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ପାଇକରାୟ ପ୍ରକାଶ କରିଥିଲେ । ଭୁବନେଶ୍ୱର (ମଧ୍ୟ)ବିଧାୟକ ଶ୍ରୀ ଜେନା, ଖଦିବୋର୍ଡର ବରିଷ୍ଠ ସଭ୍ୟା ଡଃ.ଅରୁନ୍ଧତୀ ଦେବୀ, ସଭ୍ୟ ପୂର୍ବତନ ବିଧାୟକ ଶ୍ରୀ ରବି ଲାବଣ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସମାଜସେବା କାର୍ଯ୍ୟ କରୁଥିବା ତଥା ଗାନ୍ଧି ବିଚାରଧାରାରେ ବିଶ୍ୱାସ ରଖୁଥିବା ମହମ୍ମଦ ଇମ୍ରାଲ ଅଲ୍ଲୀ(ନିର୍ଦ୍ଦେଶକ,ସଲାମ ଜୀବନ), ହରପ୍ରସାଦ ମହାପାତ୍ର-ଯୁବ ସମାଜସେବୀ,ମିଶନ ରକ୍ତଦାନ, ସମାଜସେବୀ-ମନସ୍ୱିନୀ ପରିଡା,ରଶ୍ମିରଂଜନ ମାର୍ଥା, ଭାଗ୍ୟଶ୍ରୀ ରାଉତ ଏବଂ ରତ୍ନାକର ସାହୁ,ପ୍ରତିଷ୍ଠାତା-ଆଶାୟେଁ ପ୍ରମୁଖଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା । ଆଶାୟେଁ ଅନୁଷ୍ଠାନ ତରଫରୁ ଗାନ୍ଧିଜୀଙ୍କ ଉପରେ ଚିତ୍ରକଳା ଅଙ୍କନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଖଦିବୋର୍ଡର ସଚିବ ଅବଦୁଲ ଅଲିମ୍ ଖାନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!