Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ଜଣେ ମହିଳା ଇଂଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 2, 2021
in State
ଆରପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ଜଣେ ମହିଳା ଇଂଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ଅଭିଯୋଗ
74
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଆରପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ଜଣେ ମହିଳା ଇଂଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ଜଣଙ୍କ ରାଉରକେଲା ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ମହିଳା ଇଞ୍ଜିନିୟରଙ୍କ ନାଁ ଅନିତା ରାଜ୍‌। ଆରପିଏଫ୍‌ କନଷ୍ଟେବଳ ଜଣଙ୍କ ହେଲେ ଅଜିତ କୁମାର ନାଏକ। ଅନିତା ଅଭିଯୋଗ କରିଛନ୍ତି ଯେ ସେ ଗତକାଲି ଗୀତାଞ୍ଜଳି ଏକ୍ସପ୍ରେସରେ ବେଙ୍ଗାଲୋରର ଧରୁଆଡ଼ରୁ ହାୱଡ଼ା ଯାତ୍ରା କରୁଥିଲେ। ତେବେ ତାଙ୍କ ପାଖରେ ଟିକେଟ୍ ନଥିଲା। ପାନପୋଷ ଷ୍ଟେସନ ନିକଟରେ ତାଙ୍କୁ ଟିକେଟ୍ ଦେଖାଇବାକୁ କହିଥିଲେ ଆର୍‌ପିଏଫ୍ କନଷ୍ଟେବଳ ଅଜିତ। କିନ୍ତୁ ତାଙ୍କ ପାଖରେ ଟିକେଟ୍ ନଥିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅଜିତ ତାଙ୍କୁ ମାଡ଼ ମାରିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଇଂଜିନିୟର ଅନିତା ଦାସ କହିଛନ୍ତି, ମୋ ପାଖରେ ଟଙ୍କା ନଥିବାରୁ ମୁଁ ଟିକେଟ କରି ପାରି ନଥିଲି। ଟ୍ରେନରେ ସିଟ୍‌ ଖାଲିଥିବାରୁ ମୁଁ ବସିଥିଲି। ତେବେ କେହି ଲୋକ ଆସି ଉଠାଇ ଦେଇଥିଲେ ମୁଁ ଉଠି ଯାଇଥାନ୍ତି। ମୁଁ ସିଟ୍‌ରେ ବସିଥିବା ସମୟରେ ଆରପିଏଫ୍‌ କନଷ୍ଟେବଳ ଆସି ଟିକେଟ ଦେଖାଇବାକୁ କହିଥିଲେ। ମୋ ପାଖରେ ଟିକେଟ ନଥିଲା। ଏହା ପରେ ସେ ମୋତେ ମାଡ଼ ମାରିଥିଲେ। ମାଡ଼ ମାରିବାକୁ ଆରପିଏଫ୍‌ କନଷ୍ଟେବଳଙ୍କୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଉରକେଲା ଜିଆରପି ଥାନା ଅଧିକାରୀ ରଞ୍ଜନ ପଟ୍ଟନାୟକ କହିଛନ୍ତି, ମହିଳା ଇଂଜିନିୟରଙ୍କ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ କରାଯାଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!