Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫ଶହ ଟଙ୍କା ଲାଞ୍ଚ, ଦେଖାଦେଲା ଉତ୍ତେଜନା

by ସଞ୍ଜୟ ସ୍ୱାଇଁ
October 2, 2021
in State
ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫ଶହ ଟଙ୍କା ଲାଞ୍ଚ, ଦେଖାଦେଲା ଉତ୍ତେଜନା
135
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେଖାଦେଲା ଉତ୍ତେଜନା । ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ବେସରକାରୀ କର୍ମଚାରୀଜଣକ । ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାଯାଇଛି। ଏପରି ଅଭାବନୀୟ କାଣ୍ଡ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଯାଇଛି। ଅଭିଯୋଗ ଅନୁସାରେ, ସୁନ୍ଦରପୁର ଗାଁର ଗଙ୍ଗାଧର ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଲାଗି ପୁଅ ଗଣେଶ ଚାନ୍ଦବାଲି ମେଡିକାଲରେ ଆବେଦନ କରିଥିଲେ । ହେଲେ ଏହି କାମ କରାଇ ଦେବାକୁ ବେସରକାରୀ କର୍ମଚାରୀଜଣକ ତାଙ୍କଠାରୁ ୫୦୦ ଟଙ୍କା ଦାବି କରିଥିଲେ । ଟଙ୍କା ନ ଦେଲେ ପ୍ରମାଣପତ୍ର ମିଳିବ ନାହିଁ ବୋଲି କହିଥିଲେ । ତେବେ ଗଣେଶ ଟଙ୍କା ଦେଇଦେବାରୁ ତତ୍‌କ୍ଷଣାତ ମାତ୍ର ଅଧ ଘଣ୍ଟାରେ ସେ ପ୍ରମାଣପତ୍ର ଦେଇ ଦେଇଥିଲେ । ତେବେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା ଏନେଇ ଅଭିଯୋଗକାରୀ ଗଣେଶ କହିଛନ୍ତି, ମୋ ବାପାଙ୍କର ବର୍ଷେ ପୂର୍ବେ ମୃତ୍ୟୁ ହୋଇଥିଲା। ୩ ମାସ ପୂର୍ବେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲି। କର୍ମଚାରୀଜଣକ କହିଲେ, ୱେବସାଇଟ ୬ ମାସ ପର୍ୟ୍ୟନ୍ତ ବନ୍ଦ ଅଛି। ୬ ମାସ ପରେ ଆସନ୍ତୁ। ଏହାପରେ କହିଲେ, ୫ଶହ ଟଙ୍କା ଦିଅନ୍ତୁ ଅଧ ଘଣ୍ଟାରେ କାମ ହୋଇଯିବ। ୫ଶହ ଟଙ୍କା ଦେବାରୁ ଅଧ ଘଣ୍ଟାରେ କାମ ହୋଇଗଲା। ହେଲେ କର୍ମଚାରୀଜଣକ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!