Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟି କୋଟି ଟଙ୍କାର ଦୁର୍ନୀତିରେ ସାମିଲ ହୋଇଥିବା ରାଉରକେଲା ସ୍ଥିତ ମା ତାରିଣୀ ଇଣ୍ଡଷ୍ଟ୍ରିଜ୍‌ ଏବେ ହରଡ଼ଘଣାରେ

by ସଞ୍ଜୟ ସ୍ୱାଇଁ
October 2, 2021
in State
କୋଟି କୋଟି ଟଙ୍କାର ଦୁର୍ନୀତିରେ ସାମିଲ ହୋଇଥିବା ରାଉରକେଲା ସ୍ଥିତ ମା ତାରିଣୀ ଇଣ୍ଡଷ୍ଟ୍ରିଜ୍‌ ଏବେ ହରଡ଼ଘଣାରେ
58
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧିନସ୍ଥ ପିଇସି ଲିମିଟେଡ୍‌ ସହ ଅସାଧୁ ମେଣ୍ଟ କରି କୋଟି କୋଟି ଟଙ୍କାର ଦୁର୍ନୀତିରେ ସାମିଲ ହୋଇଥିବା ରାଉରକେଲା ସ୍ଥିତ ମା ତାରିଣୀ ଇଣ୍ଡଷ୍ଟ୍ରିଜ୍‌ ଏବେ ହରଡ଼ଘଣାରେ ପଡ଼ିଛି। ପିଇସି ଲିମିଟେଡ୍‌ ଓ ମା ତାରିଣୀ ଇଣ୍ଡଷ୍ଟ୍ରିଜ୍‌ର ଅଧିକାରୀମାନେ ମିଳିମିଶି ପ୍ରାୟ ୫୬ କୋଟି ୮୯ ଲକ୍ଷ ୫୨ ହଜାର ୪୧୬ ଟଙ୍କାର ରାଜସ୍ବ ଲୁଟିନେଇଥିଲେ। ଏନେଇ ଆଜି ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏଥିସହିତ, ୧୧ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ମାମଲାରେ ପିଇସି ଲିମିଟେଡ୍‌ର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ରାଜୀବ ଚତୁର୍ବେଦୀ, ଜିଏମ୍‌ ଡି.କେ. ଗୁପ୍ତା, ଚିଫ୍‌ ମାର୍କେଟିଂ ଅଫିସର ପି.କେ. ଭାଟିଆ, ଏସ୍‌.ସି. ରିଷି, ମ୍ୟାନେଜର ରାହିଦ ବର୍ମା, ଜି.ସ୍ବାଇ ଦୁପଟେ, ସୌରଭ ରାୟଙ୍କ ସମେତ ମା ତାରିଣୀ ଇଣ୍ଡଷ୍ଟ୍ରିଜ୍‌ର ପୂର୍ବତନ ନିର୍ଦ୍ଦେଶକ ପୀୟୂଷ ସେନଗାର, ଭୂପେନ୍ଦ୍ର ଦାସ, ମୟଙ୍କ ଧର ପ୍ରମୁଖ ୧୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହାସହ ଆଜି ଏହି ସଂସ୍ଥାର ନୂଆଦିଲ୍ଲୀ, ଥାନେ, ଗୌହାଟୀ, ଗାଜିଆବାଦ ଆଦି ୧୧ଟି ସ୍ଥାନରେ କାର୍ୟ୍ୟାଳୟ, ବାସଗୃହରେ ଚଢ଼ଉ କରାଯାଇଛି। ସରକାରୀ ନିୟମର ଖୋଲା ଉଲ୍ଲଂଘନ କରି ପିଇସି ଲିମିଟେଡ୍‌ର ତତ୍କାଳୀନ ଅଧିକାରୀମାନେ ଲୁହାପଥର, କୋଇଲା କିଣିବାକୁ ମା’ ତାରିଣୀ ଇଣ୍ଡଷ୍ଟ୍ରିଜ୍‌କୁ ଅନୈତିକଭାବେ ଫାଇନାନ୍ସ କରିଥିଲେ। ପରବର୍ତ୍ତୀ ସମୟରେ ଏନେଇ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ପଡ଼ିବାରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ମା’ ତାରିଣୀ ଇଣ୍ଡଷ୍ଟ୍ରିଜ୍‌ର ପୂର୍ବତନ ନିର୍ଦ୍ଦେଶକ ତଥା ଶିଳ୍ପପତି ପୀୟୂଷ ସେନଗାରଙ୍କୁ ଅର୍ଥ ହେର୍‌ଫେର୍‌ କାରବାରର ଇତିହାସ ବେଶ୍‌ ପୁରୁଣା। ପୂର୍ବରୁ ଏକାଧିକବାର ତାଙ୍କ କାର୍ୟ୍ୟାଳୟରେ ରେଡ୍‌ ହୋଇଥିଲେ ମଧ୍ୟ ସେ କୌଣସିମତେ ଖସି ପଳାଇବାରେ ସକ୍ଷମ ହେଉଥିଲେ। ମୁଖ୍ୟ ଅଭିଯୁକ୍ତ ଶ୍ରୀ ସେନଗାର ଏହି ମା ତାରିଣୀ ଇଣ୍ଡଷ୍ଟ୍ରିଜ୍‌କୁ ରାଉରକେଲାର ଜଣେ ଶିଳ୍ପପତିଙ୍କୁ ବିକ୍ରି କରିଦେଇଥିବା ଜଣାପଡ଼ିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!