Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଠିକାଦାର ୨ମାସର ମଜୁରି ଦେଇ ନପାଇବାରୁ ସାଗର ସିମେଣ୍ଟ ସମ୍ମୁଖରେ ଭୋକିଲା ଶ୍ରମିକଙ୍କର ଆନ୍ଦୋଳନ

by ସଞ୍ଜୟ ସ୍ୱାଇଁ
October 2, 2021
in State
ଠିକାଦାର ୨ମାସର ମଜୁରି ଦେଇ ନପାଇବାରୁ ସାଗର ସିମେଣ୍ଟ ସମ୍ମୁଖରେ ଭୋକିଲା ଶ୍ରମିକଙ୍କର ଆନ୍ଦୋଳନ
81
VIEWS
Share on FacebookShare on Twitter

ଦାନଗଦୀ, (ବାଘୁଆବାର୍ତ୍ତା): କଳିଙ୍ଗନଗର ଶିଳ୍ପାଞ୍ଚଳ ଶ୍ରମିକ ଶୋଷଣ ଚରମ ସୀମାରେ ପହଞ୍ଚିଛି। ଶିଳ୍ପାନୁ‌ଷ୍ଠାନର ମାଲିକ ଓ କର୍ମକର୍ତ୍ତାମାନେ ଶ୍ରମ ବିଭାଗ ଓ ପୁଲିସକୁ କରାୟତ କରି ଶ୍ରମିକମାନଙ୍କର ଝାଳବୁହା ପରିଶ୍ରମର ମଜୁରି ଦେଉନାହାନ୍ତି। ଏପରିକି ‌କେତେକ କାରଖାନାର ହଜାରହଜାର ଶ୍ରମିକ ମଜୁରି ନପାଇ ଭୋକ ଉପବାସରେ ଦିନ କାଟୁଛନ୍ତି। ଭୋକିଲା ଶ୍ରମିକ ଆନ୍ଦୋଳନ କଲେ ମଧ୍ୟ ପ୍ରଶାସନ ଓ ପୁଲିସର ନାଲି ଆଖି ଭୟରେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ଏପରିକି କାରଖାନା ଠିକାଦାରମାନେ ମଧ୍ୟ ଶ୍ରମିକମାନଙ୍କୁ ଠକିବା ଆରମ୍ଭ କରିଛନ୍ତି। ଶୁକ୍ରବାର ଦିନ ସାଗର ସିମେଣ୍ଟ କାରଖାନାର ଶ୍ରମିକମାନେ ଆନ୍ଦୋଳନ କରିଥିଲେ। ଯଖପୁରା ଥା ନା ଅଞ୍ଚଳରେ ଥିବା ସାଗର ସିମେଣ୍ଟ କାରଖାନା ସାମ୍ମୁଖରେ ବକେୟା ମଜୁରି ପାଇନଥିବା ଶ୍ରମିକମାନେ ଶୁକ୍ରବାର ଦିନ ଆନ୍ଦୋଳନ କରିଥିଲେ। କାରଖାନାରେ କାର୍ୟ୍ୟରତ ଆରକେଡି ଠିକା ସଂସ୍ଥା ଅଧୀନରେ କମ କରୁଥିବା ଶତାଧିକ ଶ୍ରମିକ ସେମାନଙ୍କର ୨ମାସର ମଜୁରି ନପାଇ କାରଖାନା ସାମ୍‌ନାରେ ଶୁକ୍ରବାର ସକାଳୁ ଆନ୍ଦୋଳନରେ ବସିଥିଲେ। ଫଳରେ ଦୀର୍ଘ ସମୟ ଧରି କାରଖାନା ଫାଟକ ବନ୍ଦ ରହିଥିଲା। ଯଖପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ଠିକାଦାର କାରଖାନାରେ ପହଞ୍ଚି ମଜୁରି ପ୍ରଦାନ କରିବା ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!