Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ୨୦୪୭ କର୍ମଚାରୀ ଏହି ଦିନକୁ କଳାଦିବସ ଭାବରେ ପାଳନ କରିଛନ୍ତି

by ସଞ୍ଜୟ ସ୍ୱାଇଁ
October 2, 2021
in State
ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ୨୦୪୭ କର୍ମଚାରୀ ଏହି ଦିନକୁ କଳାଦିବସ ଭାବରେ ପାଳନ କରିଛନ୍ତି
32
VIEWS
Share on FacebookShare on Twitter

ବଲାଙ୍ଗୀର/ ସଇନ୍ତଳା, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନା ଶୁକ୍ରବାର ନିଗମ ହାତକୁ ଚାଲିଯାଇଛି। ଆନୁଷ୍ଠାନିକ ଭାବରେ ଏହି କାରଖାନାର ଏଣିକି ପରିଚାଳନା ମିନ୍ୟୁସନ୍‌ ଇଣ୍ଡିଆ ଲିମିଟେଡ କରିବ। କାରଖାନାର ପରିଚାଳନା ଦାୟିତ୍ୱ ନିଗମ ହାତକୁ ଯିବାରୁ କର୍ମଚାରୀମାନେ ଏଥିରେ ଖୁସି ନାହାନ୍ତି। ଶ୍ରମିକ ସଂଗଠନ ଆହ୍ୱାନରେ କାରଖାନାର ୨୦୪୭ କର୍ମଚାରୀ ଏହି ଦିନକୁ କଳାଦିବସ ଭାବରେ ପାଳନ କରିଛନ୍ତି। ଏହାସହ ଦ୍ୱିପହର ଭୋଜନକୁ ବର୍ଜନ କରିଛନ୍ତି। ଅନ୍ୟପଟେ କାରଖାନାରେ କାର୍ୟ୍ୟରତ ଶତାଧିକ କର୍ମଚାରୀ ଅବସରନେବାକୁ ଯୋଜନା କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମ୍ୟୁନିସନ୍‌ ଇଣ୍ଡିଆ ଲିମିଟେଡ଼ର ମୁଖ୍ୟ କାର୍ୟ୍ୟାଳୟ ମହାରାଷ୍ଟ୍ରର ପୁନେଠାରେ ଖୋଲାଯାଇଛି। ଏହି ନିଗମରେ ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ସମେତ ଅନ୍ୟ ୧୧ଗୋଟି କାରଖାନାକୁ ସାମିଲ କରାଯାଇଛି। ଅକ୍ଟୋବର ୧ ତାରିଖରୁ ସରକାରଙ୍କ ଦ୍ୱାରା ପୂର୍ବରୁ ନିଯୁକ୍ତ କର୍ମଚାରୀ ଓ ଅଧିକାରୀମାନେ ଦୁଇବର୍ଷର ଡେପୁଟେସନରେ ନିଗମରେ କାର୍ୟ୍ୟ କରିବେ। ଏହି ଦୁଇବର୍ଷ ମଧ୍ୟରେ ସରକାରଙ୍କଠାରୁ ମିଳୁଥିବା ସମସ୍ତ ସୁବିଧା କର୍ମଚାରୀ ଓ ଅଧିକାରୀମାନେ ଉପଭୋଗ କରିପାରିବେ ବୋଲି ଦର୍ଶାଯାଇଛି। ବଡ଼ମାଳ ଗୋଳାବାରୁଦ କାରଖାନାରେ ମହାପ୍ରବନ୍ଧକଙ୍କଠାରୁ ଗ୍ରୁପ-ଏ, ବି, ସି ଓ ଡି ବର୍ଗର ୨୦୪୭ ଜଣ କର୍ମଚାରୀ କାର୍ୟ୍ୟରତ। ତେବେ ଦେଶରେ ୪୧ଗୋଟି ଗୋଳାବାରୁଦ କାରଖାନା ନିଗମରେ ସାମିଲ ହୋଇଥିବା ପ୍ରତିବାଦରେ ଦେଶବ୍ୟାପୀ ଶ୍ରମିକ ସଂଗଠନମାନଙ୍କ ଆହ୍ୱାନକ୍ରମେ ଶୁକ୍ରବାର ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀମାନେ କଳାଦିବସ ପାଳନ ସହ ଦ୍ୱିପ୍ରହର ଭୋଜନ ବର୍ଜନ କରି ବିରୋଧ ପ୍ରଦର୍ଶନ କରିଥିଲେ। ଏପଟେ ଗୋଳାବାରୁଦ କାରଖାନା ନିଗମୀକରଣ ହେବାପରେ ବହୁ ଅଧିକାରୀ ଓ କର୍ମଚାରୀ ଚାକିରି ଛାଡ଼ି ଦେବାକୁ ଲିଖିତ ଭାବରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ନେଇ ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ ୧୯୮୪ ମସିହାରେ ବଡ଼ମାଲ ଗୋଳାବାରୁଦ କାରଖାନାର ସ୍ଥାପନ ପାଇଁ ଶିଳାନ୍ୟାସ ହୋଇଥିଲା। କାରଖାନା ନିର୍ମାଣ କାର୍ୟ୍ୟ ମନ୍ଥର ଗତିରେ ଚାଲି ୧୯୯୭ ମସିହାରେ କାର୍ୟ୍ୟକ୍ଷମ ହୋଇଥିଲା। ଏବେ କାରଖାନା ନିଗମରେ ସାମିଲ ହୋଇଛି। ଆଗକୁ କ’ଣ ସବୁ ପରିବର୍ତ୍ତନ ହେବ, ସେନେଇ କାର୍ୟ୍ୟରତ ହଜାର ହଜାର କର୍ମଚାରୀ ଚିନ୍ତିତ ରହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!