ସୋର, (ବାଘୁଆବାର୍ତ୍ତା): ମହିଳା ବୀମା ଏଜେଣ୍ଟଙ୍କ ଠାରୁ ଟଙ୍କା ଲୁଟ୍। ୩ ଜଣ ଦୁର୍ବୃତ୍ତ ମହିଳା ଏଜେଣ୍ଟଙ୍କ ଠାରୁ ଫୋନ୍ ଛଡାଇ ନେଇ ଫୋନ୍ ପେ ମାଧ୍ୟମରେ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇନେଇଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗଣ୍ଡସ୍ତପୁର ଗ୍ରାମର ବୀମା ଏଜେଣ୍ଟ ଜୟନ୍ତୀ କୁଆଁରଙ୍କ ଠାରୁ ଏଭଳି ଲୁଟ୍ ହୋଇଛି। ସୂଚନାନୁଯାୟୀ, ବାହାନଗା ବ୍ଲକ ଗଣ୍ଡସ୍ତପୁର ଗ୍ରାମର ବୀମା ଏଜେଣ୍ଟ ଜୟନ୍ତୀ କୁଆଁର ସୋର ବାଗୁଡ଼ି ରାସ୍ତା ଜଗନ୍ନାଥପୁର ଛକରେ ଭଡକ୍ଷଘରେ ରହି ଶ୍ରୀରାମ ଲାଇଫ ଇନ୍ସୁରାନ୍ସ, ଭେଷ୍ଟିଜ ଓ ନେଟସେଫ ଭଳି କମ୍ପାନୀରେ କାର୍ୟ୍ୟ କରନ୍ତି କ୍ଷ ଗତ ୧୭ ତାରିଖରେ ୩ ଜଣ ଯୁବକ କିଛି ବୀମା ସମ୍ପର୍କିତ ବୁଝିବାକୁ ଆସି ଜୟନ୍ତୀଙ୍କ ଠାରୁ ଲୁଟ୍ ପାଟ୍ କରିଛନ୍ତି। ଜୟନ୍ତୀଙ୍କ ମୋବାଇଲ୍ ଛଡାଇ ନେଇ ଦୁର୍ବୃତ୍ତମାନେ ଫୋନ ପେ ମାଧ୍ୟମରେ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇନେଇଛନ୍ତି। ଏନେଇ ଜୟନ୍ତୀ ସୋର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






