Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘର ଆଗରେ ଟଙ୍କା ଧରି ଛିଡ଼ା ହୋଇଥିଲେ, ବାଇକରେ ଆସି ଝାମ୍ପି ନେଲେ

by ସଞ୍ଜୟ ସ୍ୱାଇଁ
October 1, 2021
in Crime, State
ଘର ଆଗରେ ଟଙ୍କା ଧରି ଛିଡ଼ା ହୋଇଥିଲେ, ବାଇକରେ ଆସି ଝାମ୍ପି ନେଲେ
70
VIEWS
Share on FacebookShare on Twitter

କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ଘର ଆଗରେ ଟଙ୍କା ଧରି ଛିଡ଼ା ହୋଇଥିଲେ। ବାଇକରେ ଆସି ଝାମ୍ପି ନେଲେ। ତା’ ପୁଣି ଦିନ ଦ୍ୱିପହରରେ। ଲୁଟେରାଙ୍କ ଏମିତି ଆତଙ୍କ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଦିନ ଦ୍ୱିପହରରେ ସହରର ଜଣେ ବ୍ୟବସାୟୀଙ୍କ ଠାରୁ ସାଢେ ତିନି ଲକ୍ଷ ଲୁଟି ନେଇଗଲେ ଲୁଟେରା। ସହରର କିଶନ ଲାଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ କଣ୍ଟାବାଞ୍ଜି ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିଲେ। ତେବେ ଲୁଟେରା ମାନେ ପୂର୍ବରୁ ବ୍ୟବସାୟୀଙ୍କୁ ପିଛା କରିଥିଲେ। ଠିକ୍ ଏହି ସମୟରେ ଲୁଟେରା ମାନେ ଘର ଆଗରୁ ଟଙ୍କା ଥିବା ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ଏ ନେଇ ବ୍ୟବସାୟୀ ଜଣକ କଣ୍ଟାବାଞ୍ଜିରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ କଣ୍ଟାବାଞ୍ଜି ପୁଲିସର ଏକ ଦଳ ଘଟଣା ସ୍ଥଳକୁ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଲୁଟେରାମାନେ ଆପାଚି ବାଇକରେ ଆସିଥିଲେ। ସେହିପରି ଅନ୍ୟ ଏକ ବାଇକ୍‌ରେ ଚାରି ଜଣ ଲୁଟେରା ଏହି ଘଟଣାରେ ସଂପୃକ୍ତି ଥିବା ଜଣାପଡିଛି। ଘଟଣାକୁ ନେଇ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!