ଲୋଇସିଂହା, (ବାଘୁଆବାର୍ତ୍ତା): ନଅଗାଁ(କ) ରେ ୨୫୦ବୋତଲ ଏସକଫ ସିରଫ ଜବତ ହୋଇଛି। ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ(କ)ରେ ଆଜି ସମ୍ୱଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ ବଲାଙ୍ଗୀର ଅବକାରୀ ସ୍କୁୱାର୍ଡ ଚଢ଼ାଉ କରି ଗୋଟିଏ ଦୋକାନ ରୁ ୨୫୦ ବୋତଲ ଏସକଫ ସିରଫ ଜବତ କରିଛନ୍ତି । ଏହାସହ ବ୍ୟାପକ କଫ ସିରଫ ବେଆଇନ ଭାବେ ଘରେ ରଖିଥିବା ଯୋଗୁଁ ଦିନେଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଶଶିକାନ୍ତ ଦତ୍ତ ଓ ପ୍ରମୋଦ ପଣ୍ଡା ସମେତ ଟିମ ସାମିଲ ଥିଲେ ।






