Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ପାଇଁ ଜିଦ୍ କରିବାରୁ ଗର୍ଭବତୀ ପ୍ରେମିକାଙ୍କୁ ଛାଡି ପ୍ରେମିକ ଫେରାର

by ସଞ୍ଜୟ ସ୍ୱାଇଁ
October 1, 2021
in Crime, State
ବିବାହ ପାଇଁ ଜିଦ୍ କରିବାରୁ ଗର୍ଭବତୀ ପ୍ରେମିକାଙ୍କୁ ଛାଡି ପ୍ରେମିକ ଫେରାର
32
VIEWS
Share on FacebookShare on Twitter

ଯାଜପୁର ରୋଡ୍, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳରେ ପ୍ରେମିକାଙ୍କୁ ଗର୍ଭବତୀ କରାଇ ପ୍ରେମିକ ଛୁ । ଘଟଣାରେ ନ୍ୟାୟ ପାଇଁ ଯାଜପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତା ଯୁବତୀ । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମର ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏବେ ଯୁବତୀ ଜଣଙ୍କ ଗର୍ଭବତୀ ଅଛନ୍ତି । ଯୁବତୀ ଜଣଙ୍କ ଗର୍ଭବତୀ ହେବା ଜାଣିବା ପରେ ବିବାହ ପାଇଁ ଯୁବକକୁ କହିଥିଲେ । କିନ୍ତୁ ଯୁବକ ବିବାହ କରିବାକୁ ମନା କରିଦେବା ସହ ଗାଁରୁ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ଉଭୟଙ୍କ ପରିବାର ଲୋକେ ମଧ୍ୟ ଜାଣିଛନ୍ତି । ତେବେ ଯୁବକ ଫେରାର ହୋଇଯିବା ପରେ ଶେଷରେ ନିରୁପାୟ ହୋଇ ପୀଡିତା ଯୁବତୀ ଜଣଙ୍କ କିଛି ଦିନ ତଳେ ବଡଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏପର୍ୟ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ପାଣିକୋଇଲି ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯାଜପୁର ଏସପି ରାହୁଲ ପି.ଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ପୀଡିତା ଯୁବତୀ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!