କରଞ୍ଜିଆ, (ବାଘୁଆବାର୍ତ୍ତା): ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଗଡ ତଳସାହି ନିକଟ ଭଣ୍ଡନ ନଦୀରେ ଭାସୁଛି ମୃତଦେହ । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଗଡ ତଳସାହି ନିକଟ ଭଣ୍ଡନ ନଦୀରେ ଭାସୁଛି ମୃତଦେହ । ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।






